www.samajalive.in
Monday, December 8, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ ଫୋନ ଆଲୁଅରେ ଚାଲିଛି ଗୁରୁତରଙ୍କ ଚିକିତ୍ସା

ପାଟଣାଗଡ: ରବିବାର ରାତିରେ ବାରମ୍ବାର ବିଦ୍ୟୁତ ସରବରାହର ବ୍ୟତିକ୍ରମ ଦେଖାଦେବାରୁ ସ୍ଥାନୀୟ ଉପଖଣ୍ଡୀୟ ଚିକିତ୍ସାଳୟରେ ଏକ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଚିକିତ୍ସା କରାଯିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଂପ୍ରତି ମହାମାରୀର ରୂପ ନେଇଥିବା କରୋନାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଡାକ୍ତରଖାନାମାନଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା କୁହାଯାଉଛି। ହେଲେ ବହୁ ପୁରାତନ ଏହି ଚିକିତ୍ସାଳୟରେ ଦେଖା ଦେଇଥିବା ଏଭଳି ଅବ୍ୟବସ୍ଥା ସଚେତନ ନାଗରିକ ଏବଂ ବୁଦ୍ଧୀଜୀବୀ ମହଲରେ ବିସ୍ମୟ ସୃଷ୍ଟି କରୁଛି।

ପ୍ରକାଶ ଯେ, ରବିବାର ଅପରାହ୍ଣ ୪ ଘଣ୍ଟା ସମୟରେ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମର ମଙ୍ଗଳୁ ସାହୁଙ୍କ ବାପା ବଂଶୀଧର ସାହୁଙ୍କ ଅକାଳ ବିୟୋଗ ଘଟିବାରୁ ଅନ୍ତେଷ୍ଟିକ୍ରିୟା ପାଇଁ ଯାଇଥିବା ଆତ୍ମୀୟ ସ୍ୱଜନ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ୭ ଘଣ୍ଟା ୩୦ ମିନିଟ ସମୟରେ ପାଟଣାଗଡ-ପଦ୍ମପୁର ରସ୍ତାରେ ଦୃତ ଗତିରେ ଯାଉଥିବା ଜଣେ ବାଇକ ଆରୋହୀ ସେମାନଙ୍କୁ ଧକ୍କା ଦେବା ଫଳରେ ଜଣେ ଶିଶୁ ଏବଂ ବାଇକ୍‍ ଆରୋହୀଙ୍କ ସମେତ ୬/୭ ଜଣ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇପଡିଥିଲେ। ଖବର ପାଇ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପାଟଣାଗଡ ଡାକ୍ତରଖାନା ଅଣାଯାଇଥିଲା। ତେବେ ଠିକ୍‍ ସମୟରେ ବିଦ୍ୟୁତ ସରବରାହର ବ୍ୟତିକ୍ରମ ହେବାରୁ ଆହତଙ୍କ ସଂପର୍କିୟଙ୍କ ମୋବାଇଲ ଫୋନ ଲାଇଟରେ ଅସ୍ତ୍ରୋପଚାର ଗୃହରେ ସେମାନଙ୍କ ଚିକିତ୍ସା ଚାଲିଲା। କାହାର ମୁଣ୍ଡ ଫାଟିଯାଇଛି ତ କହାର କହୁଣୀ ଫାଟିଯାଇଚି। ମୋବାଇଲ ଆଲୁଅରେ ଚଲିଲା ସିଲେଇ। ଉକ୍ତ ସମୟରେ ବର୍ହିଃବିଭାଗ ଦାୟିତ୍ୱରେ ଥିବା ଡାକ୍ତରଙ୍କ ମଧ୍ୟ ଠିକ୍‍ ସେଇ ଅବସ୍ଥା। ଦାୟିତ୍ୱରେ ଥିବା ଡାକ୍ତର ଭୀମସେନ ମେହେରଙ୍କ ପ୍ରତିକ୍ରିୟା ମଗାଯିବାରୁ ସେ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ସଂଧ୍ୟା ୫ଟାରୁ ଦାୟିତ୍ୱରେ ରହିବା ପରଠାରୁ ବାରମ୍ବାର ଏଭଳି ବିଜୁଳୀ ବିଭ୍ରାଟ ଦେଖାଦେଉଛି ଏବଂ ଡାକ୍ତରଖାନାରେ ଥିବା ଜେନେରେଟର ଚାଲୁ ନଥିବା ସେ ଅତ୍ୟନ୍ତ କ୍ଷୋଭର ସହ କହିଲେ। ସେ ମଧ୍ୟ ଜଣେ ଆହତଙ୍କ ସଂପର୍କିୟଙ୍କ ମୋବାଇଲ ଆଲୁଅରେ ଚିକିତ୍ସା କରୁଥିବା ଦେଖାଯାଇଥିଲା। ଅନ୍ୟପଟେ ଏକ ଦୁଃଖଦ ସମୟରେ ଘଟିଥିବା ଦୁର୍ଘଟଣାରେ ଆହତଙ୍କୁ ଦେଖିବା ଲାଗି ଡାକ୍ତରଖାନା ପରିସର ମଧ୍ୟରେ ଲୋକଙ୍କ ଭିଡ ଚାଲିଥିବା ବେଳେ ଅନ୍ଧାରରେ ସ୍ୱାସ୍ଥ୍ୟ ସେବା ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯାଇଥିଲା।

- Advertisement -

ଏ ସଂପର୍କରେ ଉପଖଣ୍ଡୀୟ ଚିକିତ୍ସାଳୟର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ବାଚସ୍ପତି ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏହାକୁ ସ୍ୱୀକାର କରିଥିଲେ। ଡାକ୍ତରଖାନାରେ ଥିବା ଜେନେରେଟର ୧୦ ବର୍ଷ ପୁରୁଣା ହୋଇଯାଇଥିବା ସହ ସମଗ୍ର ପରିସର ମଧ୍ୟରେ ସେଥିରୁ ବିଦ୍ୟୁତ୍‍ ଯୋଗାଣ ଅସମ୍ଭବ ହୋଇପଡିଥିବା ସେ କହିଥିଲେ। ଏଣୁ କର୍ତ୍ତୃପକ୍ଷଙ୍କୁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟର ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିବା ସେ ପ୍ରକାଶ କରିଥିଲେ। ତେବେ ଆଗକୁ ଯେମିତି ଏଭଳି ଅବ୍ୟବସ୍ଥା ନ ଉପୁଜେ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories