www.samajalive.in
Saturday, December 6, 2025
26.1 C
Bhubaneswar

ଏମଏସ୍ଏମ୍ଇ ଉପରେ ସରକାରଙ୍କ ଆଶା: ୫ ବର୍ଷରେ ସୃଷ୍ଟି କରାଯିବ ୫ କୋଟି ନିଯୁକ୍ତି ସୁଯୋଗ

ସ୍ବାବଲମ୍ବନ ଇ-ସମିଟ ୨୦୨୦ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଦେଶର ବିକାଶରେ ଏମଏସଏମ୍ଇ କ୍ଷେତ୍ରର ବଡ଼ ଯୋଗଦାନ ରହିଛି । ଜିଡ଼ିପିର ୩୦% ଏହି କ୍ଷେତ୍ରରୁ ଆସୁଛି । ୪୮% ରପ୍ତାନୀ ଏମ୍ଏସଏମଇ କ୍ଷେତ୍ରରୁ କରାଯାଉଛି । ଆଗାମୀ ୫ ବର୍ଷରେ ଏମଏସଏମଇ କ୍ଷେତ୍ରରେ ୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରହିଛି ।

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଅଧିକାଂଶ ଦେଶ​‌ ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏକପକ୍ଷରେ ସଂକ୍ରମଣ ଯୋଗୁଁ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଅନ୍ୟପକ୍ଷରେ ଦୃଢ଼ରୁ ଦୃଢ଼ତର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଅର୍ଥବ୍ୟବସ୍ଥାକୁ ପୁଣିଥରେ ସଠିକ ଦିଶାକୁ ଫେରାଇ ଆଣିବା ନିମେନ୍ତ କୃଷି ଉପରେ ଗୁରୁତ୍ଵ ଦିଆଯାଇଛି । ଏହା ସହ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଉପରେ ମଧ୍ୟ ସରକାର ଆସ୍ଥା ସ୍ଥାପନ କରିଛନ୍ତି ।

୨୦୨୦ ସ୍ବାବଲମ୍ବନ ଇ-ସମ୍ମିଟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏମଏସଏମଇ କ୍ଷେତ୍ର ଦେଶର ଅର୍ଥନୀତିର ବିକାଶ ନିମନ୍ତେ ବଡ଼ ଯୋଗଦାନ ଦେଉଥିବା ଉଲ୍ଲେଖ କରି ଆଗାମୀ ୫ ବର୍ଷରେ ଏହି କ୍ଷେତ୍ରରେ ୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଥିବା ଘୋଷଣା କରିଛନ୍ତି । ଗଡ଼କରୀ କହିଛନ୍ତି ଯେ ଦେଶର ଜିଡ଼ିପି ଗ୍ରୋଥର ୩୦% ଏମଏସଏମଇ ସେକ୍ଟରରୁ ଆସୁଛି । ଦେଶର ରପ୍ତାନୀର ୪୮% ଏହି କ୍ଷେତ୍ରର ଅବଦାନ । ବର୍ତମାନ ଏମ୍ଏସଏମଇ କ୍ଷେତ୍ରରେ ୧୧ କୋଟି ଲୋକ ନିଯୁକ୍ତ ହୋଇଛନ୍ତି । ଆଉ ୫ କୋଟି ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି କରାଯିବ । କେବଳ ସେତିକି ନୁହେଁ ଜିଡ଼ିପି ଗ୍ରୋଥକୁ ୫୦% ଓ ରପ୍ତାନୀକୁ ୬୦%ରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ବୋଲି ଗଡ଼କରୀ କହିଛନ୍ତି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories