www.samajalive.in
Monday, December 8, 2025
27.1 C
Bhubaneswar

ରନ୍‌ ଆଉଟ୍‌ରୁ ଆରମ୍ଭ, ରନ୍‌ ଆଉଟ୍‌ରେ ଶେଷ ହେଲା ଧୋନୀଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏହା ସାଥୀରେ ତାଙ୍କର କ୍ରିକେଟ କ୍ୟାରିୟର ଏକପ୍ରକାର ଶେଷ ହୋଇଛି। ତେବେ ଏହି ଦୀର୍ଘ ଯାତ୍ରା ମଧ୍ୟରେ ଧୋନୀଙ୍କ ସହିତ କେତେକ ସଂଯୋଗ ଯୋଡ଼ି ହୋଇଯାଇଛି। ଯେପରି କି ସେ ୩୯ ବର୍ଷ ୩୯ ଦିନରେ ଅବସର ଘୋଷଣା କଲେ। ସେମିତି ଆଉ ଏକ ସଂଯୋଗ ରହିଛି ତାଙ୍କ କ୍ୟାରିୟରରେ। ତାହା ହେଉଛି ରନ୍‌ ଆଉଟ୍‌। ଏହି ରନ୍‌ ଆଉଟ୍‌ରୁ ଧୋନୀଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ସେହି ରନ୍‌ ଆଉଟ୍‌ରେ ହିଁ ତାଙ୍କ କ୍ୟାରିୟର ଶେଷ ହେଲା।

ଧୋନୀ ଜୁନିୟର କ୍ରିକେଟରୁ ବିହାର କ୍ରିକେଟ ଟିମ୍‌, ଝାଡ଼ଖଣ୍ଡ କ୍ରିକେଟ ଟିମ୍‌ରୁ ଇଣ୍ଡିଆ ଏ ଟିମ୍‌ ପର୍ଯ୍ୟନ୍ତ ଏବଂ ସେଠାରୁ ଭାରତୀୟ ଟିମ୍‌ରେ ସ୍ଥାନ ପାଇବାରେ ଧୋନୀଙ୍କ ଯାତ୍ରା ୫-୬ ବର୍ଷରେ ପୂରା ହୋଇଯାଇଥିଲା। ତେବେ ୨୦୦୪ ଡିସେମ୍ବର ୨୩ରେ ଧୋନୀ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକଆ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଧୋନୀ ତାଙ୍କର ପ୍ରଥମ ମ୍ୟାଚର ପ୍ରଥମ ବଲ୍‌ରେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ସଂଯୋଗବଶତଃ ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ବି ରନ୍‌ ଆଉଟ୍‌ ହୋଇଥିଲେ। ତାହା ତାଙ୍କର କ୍ୟାରିୟରର ଶେଷ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ ହେଉଛି ୨୦୧୯ ବିଶ୍ଵକପ୍‌ର। ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ମାର୍ଟିନ ଗପ୍ଟିଲ ଧୋନୀଙ୍କୁ ରନ୍‌ ଆଉଟ୍‌ କରିବା ସହିତ ଭାରତ ବିଶ୍ଵକପ୍‌ ବିଜୟ ଆଶା ଧୂଳିସାତ୍‌ କରିଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ଧୋନୀଙ୍କ କ୍ୟାପ୍‌ଟେନଶିପ୍‌ରେ ଭାରତ ୨ଟି ବିଶ୍ଵକପ୍‌ ହାସଲ କରିଛି। ପ୍ରଥମେ ୨୦୦୭ରେ ଭାରତ ଆଇସିସି ଟି-୨୦ ବିଶ୍ଵକପ୍‌ ଜିତିଥିଲା ଏବଂ ଏହା ପରେ ୨୦୧୧ରେ କ୍ରିକେଟ ବିଶ୍ଵକପ୍‌ ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ ହୋଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories