www.samajalive.in
Monday, December 8, 2025
24.1 C
Bhubaneswar

ମିଶନ୍‍ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ଊଣ ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‍ଫରେନ୍ସ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଦୁଇଟି ନୂତନ ଶାଖା ସହିତ ୨୮ ଜିଲାରେ ୨୮ଟି ଡିଷ୍ଟ୍ରିକ୍ଟ ସେଲ୍‍ସ ହବ୍‍ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍‍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସୁଧ ରିହାତି ଦେଉଛନ୍ତି। ଏହି କାର୍ଯ୍ୟକ୍ରମ ମହିଳାମାନଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେଣୁ ବ୍ୟାଙ୍କମାନେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍‍ଠୀକୁ କମ୍‍ ସୁଧରେ ଋଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ପରିପ୍ରେକ୍ଷୀରେ ସାରା ବିଶ୍ୱ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତି କରୁଛି। ଏହି ସମୟରେ ଦେଶ ଓ ରାଜ୍ୟର ଅର୍ଥନୈତିକ ପୁନରୁଦ୍ଧାର ସହିତ ଗ୍ରାମାଞ୍ଚଳର ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୃଷ୍ଟି କରିବାରେ ବ୍ୟାଙ୍କମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦେଉ ବୋଲି କହିଥିଲେ। ତୃଣମୂଳସ୍ତରରେ ଲୋକଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତି ପାଇଁ ଜିଲାସ୍ତରରେ ଡିଷ୍ଟିକ୍ଟ ସେଲ୍‍ସ ହବ୍‍ ସ୍ଥାପନ ଉଦ୍ୟମକୁ ପ୍ରଶଂସା କରିଥିଲେ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଷ୍ଟେଟ୍‍ ବ୍ୟଶଙ୍କର ଏହି ଉଦ୍ୟମ ଯୋଗ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳର ଅଧିକରୁ ଅଧିକ ଲୋକମାନେ ବ୍ୟଶଙ୍କ ସୁବିଧା ପାଇପାରିବେ। ଷ୍ଟେଟ୍‍ ବ୍ୟାଙ୍କ ତାର ଏହି ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏସ୍‍ବିଆଇର ଚିଫ୍‍ ଜେନେରାଲ୍‍ ମ୍ୟାନେଜର ରୁମା ଦେ କହିଥିଲେ ଯେ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବା ପାଇଁ ଷ୍ଟେଟ୍‍ ବ୍ୟାଙ୍କ ଉଦ୍ୟମ ଜାରି ରଖିଛି। ରାଜ୍ୟର ମିଶନ ଶକ୍ତି ଓ ଜୀବିବା ମିଶନ୍‍ କାର୍ଯ୍ୟକ୍ରମରେ ମଧ୍ୟ ଷ୍ଟେଟ୍‍ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।
ଏସ୍‍ବିଆଇର ୪୪୩୫ଟି ଗ୍ରାହକ ସେବାକେନ୍ଦ୍ର ରହିଛି। ଆଜି ଆଉ ୫୧ଟି ନୂଆ ଗ୍ରାହକ ସେବାକେନ୍ଦ୍ର ଆରମ୍ଭ କରାଯାଇଥିଲା। ଏହି ଅବସରରେ କୋରାପୁଟର ମମତା ସ୍ୱୟଂ ସହାୟକ ଗୋଷ୍ଠୀ ଓ କଳାହାଣ୍ଡଢ଼ିର ପ୍ର୍ରିୟଦର୍ଶିନୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଋଣ ଅନୁମୋଦନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ଷ୍ଟେଟ୍‍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅର୍ଥ ବିଭାଗ ପ୍ରମୁଖ ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଷ୍ଟେ୍‍ ବ୍ୟାଙ୍କର ଜେନେରାଲ୍‍ ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories