www.samajalive.in
Monday, December 8, 2025
27.1 C
Bhubaneswar

ଚୀନ ଆରମ୍ଭ କଲା ‘କ୍ଲିନ୍ ୟୋର ପ୍ଲେଟ୍’; ଖାଦ୍ୟ ସଙ୍କଟ ଚର୍ଚାକୁ ସରକାରଙ୍କ ଖଣ୍ଡନ

ଅଧିକାରୀଙ୍କ ମହଙ୍ଗା ଭୋଜନ ଉପରେ କଟକଣା ପରେ ଦ୍ବିତୀୟ ସଂସ୍କରଣରେ ଖାଦ୍ୟ ନଷ୍ଟ ନ କରିବାକୁ ଅପିଲ୍

ଖାଦ୍ୟ ନଷ୍ଟକୁ ରୋକିବା ମଧ୍ୟ ଉଦ୍ଦେଶ୍ୟ, ସମାଜରେ ଏହାକୁ ଲଜ୍ଜାଜନକ କାର୍ଯ୍ୟ ମନେ କରୁ: ରାଷ୍ଟ୍ରପତି ଜିଙ୍ଗପିଙ୍ଗ

ବେଜିଂ: ଚୀନରେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ଏ କଥା କ୍ଷମତାସୀନ ରାଷ୍ଟ୍ରପତି ଜିଙ୍ଗପିଙ୍ଗ ସ୍ବୀକାର ନ କଲେ ମଧ୍ୟ ତାଙ୍କ କାର୍ଯ୍ୟ ପ୍ରଣାଳୀରୁ ଏହା ସ୍ପଷ୍ଟ ହୋଇ ଯାଇଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ, ଆମେରିକା ପରି ଦେଶରୁ ଚୀନ ପ୍ରଚୁର ଖାଦ୍ୟ ସାମଗ୍ରୀ ଆମଦାନୀ କରିଥାଏ । ଏହି ଦେଶଗୁଡ଼ିକ ସହ ଚୀନର ସମ୍ପର୍କ ଖରାପ ହେବାକୁ ଲାଗିଛି । ଏହି ସ୍ଥିତିରେ ରାଷ୍ଟ୍ରପତି ଖାଦ୍ୟ ସାମଗ୍ରୀ ନଷ୍ଟ ନ କରିବାକୁ ଆହ୍ବାନ ଦେଇଛନ୍ତି ଓ ଦେଶରେ ଆରମ୍ଭ ହୋଇଛି ‘‘କ୍ଲିନ୍ ୟୋର ପ୍ଲେଟ୍-୨’’ । ୨୦୧୨ ମସିହାରେ ଦେଶରେ କ୍ଲିନ୍ ୟୋର ପ୍ଲେଟ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କ ‘‘ମହଙ୍ଗା ଭୋଜନ’’ ଉପରେ କଟକଣା ଲଗାଯାଇଥିଲା । ଚୀନ ରାଷ୍ଟ୍ରପତି କହିଛନ୍ତି ଯେ ଖାଦ୍ୟ ନଷ୍ଟ କରିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଏବଂ ଏଥିନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ଖାଇବାରେ କମ୍ ଖର୍ଚ କରିବା ଆବଶ୍ୟକ ଓ ଏହାକୁ ନଷ୍ଟ ନ କରାଯିବା ଅତ୍ୟନ୍ତ ଜରୁରୀ। 

- Advertisement -

ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କିଛି ଗଣମାଧ୍ୟମରେ ଚୀନରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥିବା ଖବର ପ୍ରଚାରିତ ହେଉଛି । କେହିକେହି ଚୀନ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି କି ବୋଲି ପ୍ରଶ୍ନ କରୁଛନ୍ତି । ମାତ୍ର ବାସ୍ତବତା ହେଉଛି ପୁରା ବିଶ୍ଵ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ଚୀନରେ ଖାଦ୍ୟ ସୁରକ୍ଷା ଓ ‘କ୍ଲିନ ୟୋର ପ୍ଲେଟ’ର ମୁଖ୍ୟ ଆଭିମୁଖ୍ୟ ହେଉଛି ଭୋଜନ ନଷ୍ଟ ନ କରିବା । ମହାମାରୀ ବା ଅନ୍ୟ କାରଣ ଏଥିପାଇଁ ଦାୟୀ ନୁହେଁ ।

୨୦୧୨ରେ ସି ଜିଙ୍ଗପିଙ୍ଗ କ୍ଷମତାକୁ ଆସିବା ପରେ ନିଜର ରାଜନୈତିକ ଛବିକୁ ଅଧିକ ଉଜ୍ଵଳ କରିବାକୁ ପ୍ରୟାସ କରିଥିଲେ ଓ ପ୍ରଥମ ପଦକ୍ଷେପରେ ସେନାବାହିନୀ ଓ ସରକାରୀ ଅଧିକାରୀଙ୍କ ମହଙ୍ଗା ଭୋଜନ ଓ ମଦ୍ୟପାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ‘କ୍ଲିନ ୟୋର ପ୍ଲେଟ-୧’ ବୋଲି କୁହାଯାଉଥିଲା।   ଏହି ଅବସରରେ ସେ ଖାଦ୍ୟ ନଷ୍ଟ ନ କରିବା ଓ ବଳକା ଖାଦ୍ୟର ଉପଯୁକ୍ତ ଉପଯୋଗ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଥମେ ପ୍ରଥମେ କିଛିଦିନ ସବୁକିଛି ଠିକଠାକ୍ ଚାଲିଲା, ମାତ୍ର ସମୟ ଗଡ଼ିବା ସହ ପୁରୁଣା ପ୍ରଥା ପୁଣି ପ୍ରଭାବଶାଳୀ ହୋଇଗଲା ।  ଚୀନ ଖାଦ୍ୟ ବିଭାଗ ଉପନିର୍ଦେଶକ ୱୁ ଜିଦାଙ୍ଗଙ୍କ ସୂଚନା ଅନୁସାରେ ଦେଶରେ ବାର୍ଷିକ ୩୨.୬ ଆରବ ଆମେରିକୀୟ ଡ଼ଲାର ଖାଦ୍ୟ ନଷ୍ଟ ହେଉଛି । ଏହାକୁ ନିୟନ୍ତ୍ରଣ କରିବା ଯୋଜନା ହୋଇଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories