www.samajalive.in
Monday, December 8, 2025
13.1 C
Bhubaneswar

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଗୁଜବ: ଟ୍ବିଟ୍ କରି ଝିଅ କହିଲେ – ମିଛ ପ୍ରଚାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଏବେ ବି ଭେଣ୍ଟିଲେଟରରେ ରଖାଯାଇଛି । ମାତ୍ର ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ତାଙ୍କର ମୃତ୍ୟୁଖବର ପ୍ରଚାରିତ ହୋଇଛି । ଏପରିକି କିଛି ଟ୍ବିଟରରେ ମଧ୍ୟ ପ୍ରଣବଙ୍କ ମୃତ୍ୟୁ ଖବର ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳୁଛି । ମାତ୍ର ଏହାକୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଓ ତାଙ୍କ ପରିବାର ଅସତ୍ୟ ବୋଲି କହିଛନ୍ତି । ପ୍ରଣବ ମୁଖାର୍ଜୀ ଏ​‌ବେ ଜୀବିତ ଅଛନ୍ତି ଓ ଭେଣ୍ଟିଲେଟରରେ ରଖାଯାଇଛନ୍ତି ବୋଲି ତାଙ୍କ ଝିଅ ଟ୍ବିଟ୍ କରି କହିଛନ୍ତି ।

ପ୍ରଣମ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ତାଙ୍କ ପିତାଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରାଯାଉଛି । ଏହା ସମ୍ପୂର୍ଣ୍ଣ ଅସତ୍ୟ । ଏହା ସହ ବିଭିନ୍ନ ଗଣମାଧ୍ୟମରୁ ପ୍ରଣବଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ନିମେନ୍ତ ତାଙ୍କୁ ବାରମ୍ବାର କଲ୍ କରାଯାଉଥିବାରୁ ସେ ତାହା ନ କରିବାକୁ କହିଛନ୍ତି । ସେ ତାଙ୍କ ମୋବାଇଲ୍ କିଛି ସମୟ ପାଇଁ ଫାଙ୍କା ରଖିବାକୁ ଚାହୁଁଛନ୍ତି ଓ ପିତାଙ୍କ ସମ୍ପର୍କରେ ଡ଼ାକ୍ତରଖାନାରୁ ପ୍ରତିମୁହୂର୍ତ୍ତରେ ସୂଚନା ପାଉଛନ୍ତି ବୋଲି ଶର୍ମିଷ୍ଠା କହିଛନ୍ତି ।
ଅନୁରୂପ ଭାବରେ ଆର୍ମି ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ଏକ ମେଡ଼ିକାଲ ବୁଲେଟିନରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ଏବେ ବି ସ୍ପର୍ଶକାତର ରହିଛି । ସେନାବାହିନୀର ରିସର୍ଚ ଓ ରେଫରାଲ ହସପିଟାଲ ଜାରି କରାଯାଇଥିବା ବର୍ତମାନର ବୁଲେଟିନରେ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଘଟିନାହିଁ । ସେ କୋମା ପରି ଅବସ୍ଥାରେ ଅଛନ୍ତି ଓ ଭେଣ୍ଟିଲେଟରରେ ରହିଛନ୍ତି ।
ଏହାପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ବିଟ୍ କରି ତାଙ୍କ ବାପା ପ୍ରଣବ ମୁଖର୍ଜୀଙ୍କ ହେମୋଡ଼ାଇନେମିକଲି ସ୍ଥିର ରହିଛି । ତାଙ୍କର ହୃଦଯନ୍ତ୍ର ଠିକ୍ କାମ କରୁଛି ଓ ରକ୍ତଚାପ ସ୍ଥିର ଅଛି ବୋଲି କହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories