www.samajalive.in
Monday, December 8, 2025
13.1 C
Bhubaneswar

ଦଲାଲ ଦ୍ବାରା ପରିଚାଳିତ ଜୁଆ ଆଡ୍ଡାରେ ଚଢ଼ାଉ: ୮ ଗିରଫ, ୧ ଲକ୍ଷ ୮୦ ହଜାର ଟଙ୍କା ଜବତ

ଗୋପାଳପୁର: ଗୋଳନ୍ଥରା ପୁଲିସ ଗିରିସୋଲା ଠାରେ ଦୀର୍ଘ ଦିନ ଧରି ଦଲାଲ ଦ୍ବାରା ପରିଚାଳିତ ହେଉଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ ସହ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି। ଏହାସହ ୪ ଟି ମଟରସାଇକେଲ ଓ ମୋବାଇଲ ଜବତ କରିଛି। ଅନ୍ୟ ପଟେ ଜୁଆ ଆଡ୍ଡା ପରିଚାଳନା କରୁଥିବା ଗିରିସୋଲାର ପି ଜଗନ୍ନାଥ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ହେଲେ ଗିରିସୋଲାର ବି ହନୁମନ୍ତ ରାଓ, ଗୋଷାଣୀ ନୂଆଗାଁ ଥାନା ଗୁଡସଷେଡ ରୋଡର ସୁଶାନ୍ତ କୁମାର ସାହୁ, କମାପଲ୍ଲୀ ର ଅମିତ ରାମ,ଆଲ୍ଲପୁର ର କେଶବ ବେହେରା,କୁଠାରିମନ୍ଦିର ସାହିର ଇବୁ ଗୈାଡ, ଅଯୋଧ୍ୟା ନଗରର ରାଜେନ୍ଦ୍ର ଜେନା, ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭ ପୁରର କେ ନରସିଂହ ଓ ହାଉସିଗ ବୋର୍ଡ କଲୋନୀର କେ କ୍ରିଷ୍ଣା ରାଓଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

ଗିରିସୋଲା ଏବଂ ସୁରଳ ମଧ୍ୟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ଥିବା ଏକ ବେଆଇନ ବାଲି ଡିପୋ ନିକଟରେ ଦୀର୍ଘ ଦିନ ଧରି ଏକ ଗୋଷ୍ଠୀ ପକ୍ଷରୁ ଜୁଆଆଡ୍ଡା ଚାଲୁ ରହିଥିବା ବେଳେ ପୁଲିସ ପକ୍ଷରୁ ଏହାକୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ ଏବେ ପୁଣିଥରେ ଗତ କିଛି ଦିନ ହେଲା ସ୍ଥାନୀୟ କିଛି ସାମ୍ବାଦିକ,ଦଲାଲ ଓ କିଛି ସ୍ଥାନୀୟ ଲୋକେ ମିଶି ଏହି ଜୁଆ ଆଡ୍ଡା କୁ ପୁଣିଥରେ ଆରମ୍ଭ କରିଥିଲେ।ଏ ନେଇ ପୁଲିସ ନିକଟରେ ଖବର ପହଞ୍ଚିବା ପରେ ପୁଲିସ ପକ୍ଷରୁ ଏହି ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲେ ମଧ୍ୟ ପୂର୍ବରୁ ସୂଚନା ପାଇ ଜୁଆଡି ମାନେ ଫେରାର ହୋଇଯାଇଥିଲେ। କିନ୍ତୁ ଆଜି ସଦର ଏସଡିପିଓ ଜୟନ୍ତ ମହାପାତ୍ର ,ଗୋଳନ୍ଥରା ଥାନା ଆଇଆଇସି ବାବୁଲି ନାୟକ କିଛି ପୁଲିସ କର୍ମଚାରୀ ପୁଲିସ ଗାଡ଼ିରେ ବିନା ନାଲିବତୀ ରେ କାହାକୁ କିଛି ନ ଜଣାଇ ପେଟ୍ରାଲିଂ ବାହାନାରେ ଉକ୍ତ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ କୈଶଳ କ୍ରମେ ଜୁଆଆଡ୍ଡା ପରିଚାଳକ ଗିୟିସୋଲାର ବି ଜଗନ୍ନାଥ ଫେରାର ହେବାରେ ସକ୍ଷମ ହୋଇଯାଇଥିବା ପୁଲିସ ସୂଚନା ଦେଇଛି।ଏହି ଜୁଆ ଆଡ୍ଡା ରେ ଜୁଆଡି ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସେମାନଙ୍କୁ ନିଜ ସ୍ଥାନରୁ ସୁରକ୍ଷିତ ଭାବେ ଆଣି ପୁଣି ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ର ବ୍ୟବସ୍ଥା ପରିଚାଳକ ଜଗାଙ୍କ ପକ୍ଷରୁ ସୁବନ୍ଦୋବସ୍ତ କରାଯାଉଥିବା ଗିରଫ ଜୁଆଡି ମାନେ ତଦନ୍ତ ବେଳେ ପ୍ରକାଶ କରିଥିବା ଜଣାପଡିଛି।ଫେରାର ହୋଇଯାଇଥିବା ଜୁଆଆଡ୍ଡା ପରିଚାଳକ ଜଗା କୁ ସମସ୍ତ ପ୍ରକାର ସହଯୋଗ କରୁଥିବା ସ୍ଥାନୀୟ ଅଞ୍ଚଳର ଜନୈକ ସାମ୍ବାଦିକ କୁ ମଧ୍ୟ ପୁଲିସ୍ ସ୍କାନର ରେ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି।ଏହି ଜୁଆ ଖେଳ ଏହି ଦୁଇ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଥିବା ପୁଲିସ ଜାଣିବା ପରେ ଏହା ନେଇ ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories