www.samajalive.in
Wednesday, December 10, 2025
26.1 C
Bhubaneswar

ଅନାହାର ମୃତ୍ୟୁ ଅପେକ୍ଷାରେ ବାପ ପୁଅ

ବୋଲଗଡ : ରାଜ୍ୟରେ ଏକ ନମ୍ବର ଜିଲାରେ ମାନ୍ୟତା ପାଇଥିବା ଖୋର୍ଦ୍ଧା ଜିଲା ବାହାରକୁ ୧ନଂ ଜିଲା ଆଖ୍ୟା ବୋଲଉଥିବା ବେଳେ ଏଠାରେ ଏବେ ମଧ୍ୟ ବହୁ ଗରୀବ ,ଭିନ୍ନକ୍ଷମ, ଦୁଃସ୍ଥ, ସବ୍ରହରା ପରିବାର ବହୁ ଦୁଃଖରେ ଦିନ କାଟୁଛନ୍ତି। ଏହାକୁ ପ୍ରକୃତରେ ପରଖିଲେ ସରକାରୀ କଳର କିଭଳି ଅବହେଳା ରହିଛି ତାହା ଜଣାପଡୁଛି। ସରକାରଙ୍କ ବହୁବିଧ ଯୋଜନା ଅଛି, କେହି ଭୋକିଲା ରହିବେ ନାହିଁ କିମ୍ବା କେହି ଉପାସରେ ଶୋଇବେ ନାହିଁ। ଗରିବ ଲୋକଟିର ସାଧାରଣ ଜୀବନ ଯାପନ ପାଇଁ ବହୁବିଧ ଯୋଜନା କେବଳ କାଗଜ କଲମ ରହିଯାଇଥିବା ବେଳେ ବାସ୍ତବରେ କିନ୍ତୁ ତାହା ନିମ୍ନ ସ୍ତରରେ ପହଞ୍ଚିପାରିନାହିଁ ତାହା କେହି ଯଦି ଆଖୀରେ ନଦେଖେ ଜାଣି ପାରିବେ ନାହିଁ।

ସୂଚନାରୁ ପ୍ରକାଶ, ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଆଦିବାସୀ ସାହିର ଶିବ ସ୍ୱାଇଁ(୭୦) ଏବଂ ତାର ପୁଅ ସତ୍ୟ ସ୍ୱାଇଁ (୪୫) ଅତି ଦୁର୍ଦ୍ଦିନରେ ରହିବା ସହ ଅନାହାର ମୃତ୍ୟୁ ଅପେକ୍ଷାରେ ଅଛନ୍ତି। ବହୁବାର ବୋଲଗଡ ବ୍ଲକକୁ ଦୌଡି ଦୌଡି ରାସନକାର୍ଡ ଖଣ୍ଡିଏ ପୁଅ ନାମରେ ଥିବାବେଳେ ସେହି କାର୍ଡରେ ବାପା ମଧ୍ୟ ହିତାଧିକାରୀ ହୋଇପାରିନାହିଁ। ପୁଅ ସତ୍ୟ ସ୍ୱାଇଁ ଭାଗ୍ୟର ବିଡମ୍ବନାରେ ପଡି ନିଜର ଗୋଡକୁ ଅଚଳ କରିଥିବାବେଳେ ନିଜେ ଶିବ କୌଣସି ଏକ ଦୁରା ରୋଗରେ ପଡି ନିଜର ଚକ୍ଷୁକୁ ହରାଇଛନ୍ତି। ନିଜର ବାସ କହିଲେ ଖଣ୍ଡିଏ ଚାଳ ଛପର ଘର ଯାହାକି ରାତି ହେଲେ ଜହ୍ନ ଆଲୋକରେ ଉଦ୍‍ଭାସିତ ହୁଏ। ସରକାରୀ ସ୍ତରରେ ଖଣ୍ଡିଏ ଇନ୍ଦିରା ଆବାସ ପାଇବା ତାଙ୍କ ପାଇଁ ସାତ ସପନ ହୋଇଯାଇଛି। ନିଜେ ବାରମ୍ବାର ବ୍ଲକକୁ ଦୈାଡିବାକୁ ଅକ୍ଷମ ଥିବାବେଳେ କୁଜି ନେତାମାନଙ୍କ ଅର୍ଥ ଲୋଭ ସବୁ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ କରିଛି ବାପ ଓ ପୁଅଙ୍କୁ। ତୁରନ୍ତ ଜିଲ୍ଲା ପ୍ରଶାସନ, ବ୍ଲକ୍‍ ପ୍ରଶାସନ ଏଥିପ୍ରତି ଦୃଷ୍ଟିପାତ କଲେ ୨ଟି ନୀରିହ ଜୀବନ ଅନାହର ମୃତ୍ୟୁରୁ ବଞ୍ଚି ପାରିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories