www.samajalive.in
Sunday, December 7, 2025
15.1 C
Bhubaneswar

ମରୁଡି ଆଶଙ୍କାରେ ଖରିଫ ଚାଷ, ଚିନ୍ତାରେ ଚାଷୀ

ବାଙ୍କୀ: ଚଳିତ ମାସର ୫ ଓ ୬ତାରିଖ ୨ଦିନର ଲଘୁଚାପ ବର୍ଷାରେ ବାଙ୍କୀରେ ୧୩୫ ମିଲି. ମିଟର ବର୍ଷା ହୋଇଥିବା ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ସୂଚନା ମିଳିବା ସହିତ ଆଗକୁ ବର୍ଷା ହେଲେ ଖରିଫ ଚାଷ ସୁଧୁରିବ ବୋଲି ଆଶା କରାଯାଇଥିଲା। ମାତ୍ର ବିଡମ୍ବନାର ବିଷୟ ଅକ୍ଷୟ ତୃତୀୟା ଠାରୁ ବିଲରେ ଅଖି ମୁଠି ଅନୁକୁଳ କରି ଖରିଫ ଧାନ ବୁଣା ବୁଣି ପରେ ଏବେ ଚାଷୀ ଚିନ୍ତାରେ ପଡିଛି। ସ୍ୱଳ୍ପ ବୃଷ୍ଟିପାତରେ ସମଗ୍ର ବାଙ୍କୀ ଅଞ୍ଚଳ ମରୁଡି ଆଶଙ୍କାରେ। ବିଳମ୍ବରେ ବର୍ଷାକୁ ଆଶା ରଖି ପାଗ ଭିଡିଥିବା ଚାଷୀ ଏବେ ଦୁର୍ଦ୍ଦିନରେ। ହଜାର ହଜାର ହେକ୍ଟର ବୁଣାଜମି ଏବେ ପତ୍ରପୋଡା ଓ ହଳଦିଆ ରଙ୍ଗ ପଡିଲାଣି। ବାଲି ଅଂଶିୟା ବିଲରେ ଧାନଋଆ,ପୋତା,ବିହୁଡା କାମ ହୋଇପାରୁନି।

ବାଙ୍କୀ ଉପଖଣ୍ଡର ଡମପଡା ବ୍ଲକର ୧୭ଗୋଟି ପଞ୍ଚାୟତ,ବାଙ୍କୀ ବ୍ଲକର ୨୦ଗୋଟି ପଞ୍ଚାୟତ ସହିତ ବାଙ୍କୀ ଏନ.ଏ.ସିର ଚାଷୀ ଏବେ ଆଶଙ୍କାରେ। ଅପରାହ୍ନ ହେଲେ ଆକାଶରେ ମାଳମାଳ ମେଘ ବାଦଲ ଭାଷୁଛି ସତ ହେଲେ ବର୍ଷା ନାହିଁ। ଚାତକ ପରି ପାଣିକୁ ଅପେକ୍ଷା କରିଥିବା ଚାଷୀ ଏବେ ଜମିକୁ ପାଣି ଚିନ୍ତାରେ। ବାଙ୍କୀ-ଡମପଡା ବ୍ଲକର ଶିମିଳିପୁର, ହରିରାଜପୁର, ବିଲିପଡା, ତାଳବସ୍ତ, ଦୁଲଣାପୁର, ଗୋବିନ୍ଦପୁର ଓ ଗୋପାଳପୁର ଅଞ୍ଚଳ ବନ୍ୟା ପ୍ରବଣ ଅଞ୍ଚଳ। ରଣ ନଦୀରେ ବନ୍ୟା ଆସିଲେ ପ୍ରଥମେ ଏହି ସବୁ ଗହୀର ବୁଡିଯାଇ ଖରିଫ୍‍ ଧାନ କ୍ଷତି କରିଥାଏ। ଚଳିତ ବର୍ଷା ବନ୍ୟାର ପ୍ରଭାବ ନଥିବାରୁ ନିୟମିତ ବର୍ଷା ହେଲେ ଅଞ୍ଚଳର ଖରିଫ୍‍ ଧାନ ଚାଷୀ ଭଲ ଆମଦାନୀ ପାଇବେ ବୋଲି ଆଶା କରିଥିଲେ। ବିଡମ୍ବନାର ବିଷୟ ଖରିଫ୍‍ ଋତୁରେ ସ୍ୱଳ୍ପ ଓ ଅନିୟମିତ ବର୍ଷା ଅଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଧାର କରଜ କରି କ୍ଷେତରେ ଅଣ୍ଟା ଭିଡିଥିବା ଚାଷୀ କରଜ ସୁଝିବା ଚିନ୍ତାରେ ପଡିଛି। ସେପଟେ ଜଳସେଚନ ବ୍ୟବସ୍ଥା ନଥିବା କ୍ଷେତକୁ ସଜାଡି ଋଆପୋତା କରିବା ପାଇଁ ବହୁ ଚାଷୀ ଭଡାରେ ପାଣିପମ୍ପ ଆଣି କ୍ଷେତକୁ ପାଣି ବ୍ୟବସ୍ଥା କରୁଥିଲେ ମଧ୍ୟ ବର୍ଷା ଜଳ ଖରିଫ୍‍ ଧାନର ବଳ ବୋଲି ଚାଷୀ ଗୋପାଳ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ ପାଣିପମ୍ପ ଧରି କ୍ଷେତରୁ ଫେରୁଥିବା ସମୟରେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇ ବର୍ଷା ସମସ୍ୟା ଜନିତ ଚଳିତ ବର୍ଷ ସମ୍ଭାବ୍ୟ ଖରିଫ୍‍ ଫସଲ ହାନୀ ଆଶଙ୍କା ସମ୍ପର୍କରେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories