www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା । କମଳା ଭାରତୀୟ ବଂଶୋଦ୍ଭବ ଓ ଜାମାଇକାର ବାସିନ୍ଦା । କମଳାଙ୍କ ମା’ ଭାରତୀୟ ଓ ପିତା ଜାମାଇକାନ । ତାଙ୍କର ଜନ୍ମ କାଲିଫର୍ଣିଆର ଅକଲାଣ୍ଡରେ ହୋଇଥିଲା ଓ ସେ ହାଭାର୍ଡ଼ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।

ଏହା ପୂର୍ବରୁ ରିପବ୍ଲିକାନ ପାର୍ଟି ପକ୍ଷରୁ ୨୦୦୮ରେ ସାରା ପୌଲିନଙ୍କୁ ପ୍ରାର୍ଥୀ କରିଥିଲା ଓ ୧୯୮୪ ମସିହାରେ ଡ଼େମୋକ୍ରାଟିକ୍ ପାର୍ଟି ଗିରାଲାଡ଼ିନ ଫେରାରୋଙ୍କୁ ନିର୍ବାଚନରେ ଉପରାଷ୍ଟ୍ରପତି ପଦ ନିମନ୍ତେ ଠିଆ କରାଇଥିଲା । ମାତ୍ର ଉଭୟ ଶ୍ଵେତାଙ୍ଗ ମହିଳା ନିର୍ବାଚନରେ ହାରି ଯାଇଥିଲେ ।

- Advertisement -

ଆମେରିକାର ଦୁଇ ପ୍ରମୁଖ ଦଳ ଡ଼େମୋକ୍ରାଟିକ୍ ଓ ରିପବ୍ଲିକାନ ପାର୍ଟି ପକ୍ଷରୁ କୌଣସି କୃଷ୍ଣକାୟ (ଅଶ୍ଵେତ) ମହିଳାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିନାହାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଆମେରିକୀୟ ମହିଳା ରାଷ୍ଟ୍ରପତି ନିର୍ବାଚନ ଜିତି ନାହାନ୍ତି ।

କାଲିଫର୍ଣିିଆର ସାଂସଦ କମଳା ହ୍ୟାରିସ ପ୍ରଥମେ ଜୋ ବାଇଡ଼େନଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ । ତାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ତାଙ୍କ ଦଳ ପକ୍ଷରୁ କୁହାଯାଉଥିଲା । ମାତ୍ର ବାଇଡ଼େନ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ହେବା ଚୂଡ଼ାନ୍ତ ହେବା ପରେ କମଳାଙ୍କୁ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ଦଳ ମନୋନୀତ କରିଛି ।

କମଳା କାଲିଫର୍ଣିଆର ଆଟର୍ଣ୍ଣି ଜେନେରାଲ ରୂପେ କାର୍ଯ୍ୟ କରିଛନ୍ତି ଓ ପୁଲିସ ସଂସ୍କାରର ସେ ବଡ଼ ସମର୍ଥକ । ନଭେମ୍ବର ୩ରେ ହେବାକୁଥିବା ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦ୍ବିତା ଟ୍ରମ୍ପଙ୍କ ସହଯୋଗୀ ତଥା ଏବର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସହ ହେବ ।

ଜୋ ବାଇଡ଼େନ୍ ନିଜ ଟ୍ବିଟରରେ ଏହା ସୂଚନା ଦେବା ସହ କମଳାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ କରିଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । କାଲିଫର୍ଣିଆର ଆଟର୍ଣ୍ଣି ଜେନେରାଲ ଥିବା ସମୟରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବୋଲି ଉଲ୍ଲେଖ କରି ସେ ବଡ଼ବଡ଼ ବ୍ୟାଙ୍କକୁ ଆଣ୍ଠେଇ ଦେଇଥିବା ଓ ମହିଳା, ଶିଶୁମାନଙ୍କ ନିମନ୍ତେ କାର୍ଯ୍ୟ କରିଥିବା ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ କମଳା ମଧ୍ୟ ବାଇଡ଼େନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଟ୍ବିଟରରେ କମଳା ଲେଖିଛନ୍ତି ଯେ ମୁଁ ମୋ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ ହୋଇଥିବାରୁ ଗର୍ବ ଅନୁଭବ କରୁଛି ଏବଂ ମୋର କମାଣ୍ଡର ଇନ ଚିଫ୍ (ରାଷ୍ଟ୍ରପତି) ଯାହା ଆଦେଶ ଦେବେ ତାହା କରିବି ବୋଲି କହିଛନ୍ତି । ବୁଧବାର କମଳା ଓ ବାଇଡ଼େନ ଡ଼େଲବେୟରରେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories