www.samajalive.in
Monday, December 8, 2025
24.1 C
Bhubaneswar

ପତ୍ନୀଙ୍କ ସ୍ୱପ୍ନ ପୂରଣ ପାଇଁ ଗୃହ ପ୍ରବେଶ ସମୟରେ ସ୍ୱାମୀ ତିଆରି କଲେ ପ୍ରତିମୂର୍ତି

କର୍ଣ୍ଣାଟକ : ବର୍ତମାନ ଚାରିଆଡ଼େ କରୋନା ମହାମାରୀ ସଙ୍କଟ ରହିଛି। ଏଭଳି ସମୟରେ ଏବେ କର୍ଣ୍ଣାଟକରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଭଲ ପାଇବାର ଏକ ନୂତନ ପରିଭାଷା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟାପାରୀ ନିଜର ନୂତନ ଘର ପ୍ରବେଶରେ ନିଜ ପତ୍ନୀଙ୍କର ସିଲିକନର ପ୍ରତିମୂର୍ତି ତିଆରି କରି ଗୃହ ପ୍ରବେଶ କରିଛନ୍ତି।
ଘଟଣା ଅନୁଯାୟୀ, କୋପ୍ପଲରେ ରହୁଥିବା ଏହି ବ୍ୟାପାରୀଙ୍କ ପତ୍ନୀଙ୍କର ୨୦୧୭ରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମାତ୍ର ସେ ନିଜର ନୂତନ ଘରର ସ୍ୱପ୍ନ ଦେଖିଥିଲେ, ଯାହା ଏବେ ପୂରଣ ହୋଇଛି। ଏହି କାରଣରୁ ବ୍ୟକ୍ତି ଜଣଙ୍କ ଗୃହ ପ୍ରବେଶ ସମୟରେ ନିଜ ପତ୍ନୀଙ୍କର ପ୍ରତିମୂର୍ତି ତିଆରି କରାଯାଇଛନ୍ତି। ବ୍ୟକ୍ତିଙ୍କ କହିବା ଅନୁଯାୟୀ, କାରିଗରଙ୍କୁ ଏହି ମୂର୍ତି ପ୍ରସ୍ତୁତ କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିଥିଲା। ଏଥିପାଇଁ ସିଲିକନ ବ୍ୟବହାର ହୋଇଛି। ବ୍ୟକ୍ତି ଜଣଙ୍କ ପ୍ରଥମେ ମହମରେ ପ୍ରତିମୂର୍ତି ତିଆରି କରିବାକୁ ଇଚ୍ଛା କରିଥିଲେ ମାତ୍ର କାରିଗରଙ୍କ ମତାନୁଯାୟୀ ସିଲିକନରେ ପ୍ରତିମୂର୍ତି ତିଆରି କରାଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories