www.samajalive.in
Wednesday, December 10, 2025
26.1 C
Bhubaneswar

ପୁଣି ଆଖି ଖୋଲିଲା ଆଗ୍ନେୟଗିରି; ୫ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଛାଇଗଲା ଧୂଆଁ, ଅନ୍ଧାର ହୋଇଗଲା ସହର

ମେଡ଼ାନ (ଇଣ୍ଡୋନେସିଆ): ଇଣ୍ଡୋନେସେିଆର ମାଉଣ୍ଟ ସିନାବୁଙ୍ଗ ଆଗ୍ନେୟଗିରି ପୁଣି ଥରେ ଆଖି ଖୋଲିଛି । ସୋମବାର ଆଗ୍ନେୟଗିରିରୁ ବିପୁଳ ପରିମାଣର ପାଉଁଶ, ଧୂଆଁ ଓ ଲାଭା ବିସ୍ଫୋରଣ ହୋଇଛି । ଏପରିକି ଧୂଆଁ ଓ ପାଉଁଶ ପ୍ରାୟ ୧୬୪୦୦ ଫୁଟି (୫ ହଜାର ମିଟର) ଉଚ୍ଚତା ପର୍ଯ୍ୟନ୍ତ ବ୍ୟପିଯିବା ପରେ ପୁରା ସହର ଅନ୍ଧାର ହୋଇ ଯାଇଛି । ଏହା ପୂର୍ବରୁ ୨୦୧୦ ଓ ୨୦୧୬ରେ ଏହି ଆଗ୍ନେୟଗିରି ବିସ୍ଫୋରଣ ହୋଇଥିଲା । ସହରରେ ଏବେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି ।

ଇଣ୍ଡୋନେସିଆ ଭଲ୍କୋନୋଲୋଜି ଓ ଜିଓଲୋଜିକାଲ ହାଜାର୍ଡ଼ ମିଟିଗେସନ ସେଣ୍ଟରର ଜଣେ ଅଧିକାରୀ ଏରମ୍ ପୁତେରା କହିଛନ୍ତି ଯେ ସିନାବୁଙ୍ଗ ବିସ୍ଫୋରଣ ପରେ ଚେତାବନୀ ଜାରି କରାଯାଇଛି । ଆଗ୍ନେୟ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପାଉଁଶର ବହଳ ଆସ୍ତରଣ ବ୍ୟାପିଯାଇଛି । ଫଳରେ ଆତଙ୍କ ସୃଷ୍ଟି ହୋଇଛି । ସାରା ଅଞ୍ଚଳ ଅନ୍ଧାରରେ ଛାଇ ଯାଇଛି । ଏହାଦ୍ବାରା ଫସଲ ବ୍ୟାପକ ନଷ୍ଟ ହୋଇଛି ।
କରୋନା ସଂକ୍ରମଣରେ ଦେଶର ସ୍ଥିତି ଗମ୍ଭୀର ଥିବାବେଳେ ଏହି ଆଗ୍ନେୟ ବିତ୍ପାତ ପରିସ୍ଥିତିକୁ ଆହୁରି ଗୁରୁତର କରିଛି । ଭୟରେ ଲୋକମାନେ ସୁରକ୍ଷା ନିୟମକୁ ଅଣଦେଖା କରୁଛନ୍ତି । ଆଗ୍ନେୟଗିରିରୁ ଲାଭା ଓ ପାଉଁଶ ଉଦ୍ଗୀରଣ ପ​‌ରେ ଲୋକମାନେ ବିନା ମାସ୍କରେ ଏକାଠି ହୋଇ ଯାଇଥିଲେ । ଏହାଦ୍ବାରା ସଂକ୍ରମଣ ବଢ଼ିବାରେ ଆଶଙ୍କା ଅଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଏହି ଆଗ୍ନେୟଗିରି ପ୍ରାୟ ୪୦୦ ବର୍ଷ ଧରି ସୁପ୍ତ ରହିବା ପରେ ୨୦୧୦ରେ ପ୍ରଥମଥର ପାଇଁ ଆଗ୍ନେୟ ବିତ୍ପାତ ସୃଷ୍ଟି କରିଥିଲା । ଏହାପରେ ୨୦୧୩ ଓ ୨୦୧୬ରେ ମଧ୍ୟ ଏହା ବିସ୍ଫୋରିତ ହୋଇଥିଲା । ୨୦୧୩ ମସିହାରେ ୭ଜଣ ଓ ୨୦୧୬ରେ ୧୬ଜଣ ମୃତ୍ୟୁବରଣ କରିଥିଲେ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories