www.samajalive.in
Thursday, December 11, 2025
18.1 C
Bhubaneswar

କାଳ ହେଉଛି କରୋନା;  ବିଧାୟକ ସାଲୁଜାଙ୍କ ନିଶାଣରେ ସରକାର

ବଲାଙ୍ଗିର:କରୋନ ନିୟନ୍ତ୍ରଣରେ ଥିବା କଥା କହୁଥିଲେ ରାଜ୍ୟ ସରକାର । କିନ୍ତୁ ସାମୟିକ ସଙ୍ଗରୋଧ କେନ୍ଦ୍ରରୁ କରୋନା ପରୀକ୍ଷା ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ତିନି ମାସ ତଳୁ ଗଣମାଧ୍ୟମ ଜରିଆରେ ସଚେତନ କରିଥିଲି। କିନ୍ତୁ ଶୁଣିଲେନି। ଗଞ୍ଜାମ, ଖୋର୍ଦ୍ଧା ଭଳି ବିଭିନ୍ନ ଜିଲାରେ ପ୍ରବାସୀମାନେ ସଂକ୍ରମିତ ହେବା ସହ ସେମାନଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଲୋକେ ବି ସଂକ୍ରମିତ ହେଲେଣି। ଲକ୍ଷାଧିକ ଲୋକେ ସଂକ୍ରମିତ ହେବେ ବୋଲି ପୂର୍ବାନୁମାନ କରିଥିଲି। ସେତେବେଳେ ଶୁଣିଲେନି ସରକାର। ୨୩୫ରୁ ଉର୍ଦ୍ଧ ଲୋକଙ୍କ ଜୀବନ ନେଲାଣି କରୋନା। କରୋନା ନିୟନ୍ତ୍ରଣରେ ବିଫଳତାର ଶ୍ରେୟ ରାଜ୍ୟ ସରକାର ନିଜ ମୁଣ୍ଡରେ ନେବେ ତ? ଏଭଳି ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା।
ଦୁଇ ଦିନ ତଳେ ଗଞ୍ଜାମ ଗସ୍ତରେ ଯାଇଥିଲେ ରାଜ୍ୟ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ସେ ସେହି ଅଞ୍ଚଳ ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି। ୧୦୮, ୧୦୨ ଭଳି ଅତ୍ୟାବଶ୍ୟକ ଆମ୍ବୁଲାନ୍ସ ସେବା ଗଞ୍ଜାମରେ ପର୍ଯ୍ୟାପ୍ତ ହେଉ ନାହିଁ। ଡାକ୍ତର ଆସୁ ନଥିବା ଭଳି ଗୁରୁତର କଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର କହିଥିବା ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ସାଲୁଜା। ରାଜ୍ୟ ସରକାରଙ୍କ ଅପାରଗତାର ଛବିକୁ ଅତିରିକ୍ତ ମୁଖ୍ୟଶାସନ ସଚିବ ଉତ୍ତାରି ଦେଲେଣି। ରାଜ୍ୟ ସରକାର କରୋନା ନେଇ ହାତ ଟେକିଦେଲେଣି। ଲୋକଙ୍କୁ ଚିକିତ୍ସା ଦେବା ବଦଳରେ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ସଂକ୍ରମିତ ଓ ଅଣସଂକ୍ରମଣକୁ ନେଇ ରାଜ୍ୟ ସରକାର ସଂଖ୍ୟା ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ବିଧାୟକ ଶ୍ରୀ ସାଲୁଜା। କରୋନାର ପ୍ରଭାବ ରାଜ୍ୟ ସଚିବାଳୟ(ଲୋକସେବା ଭବନ)ରେ ବି ଦେଖିବାକୁ ମିଳୁଛି। ତିନି ଦିନ ହେଲା ଲୋକସେବା ଭବନକୁ ଯାଉଛି। ମନ୍ତ୍ରୀ କି ଜଣେ ବି ସଚିବ ଅଫିସ ଆସୁ ନାହାନ୍ତି। ସମସ୍ତେ ଘରେ ଅଛନ୍ତି। କିଛି ତଳସ୍ତରର କର୍ମଚାରୀ ଟହଲ ମାରୁଛନ୍ତି ଲୋକସେବା ଭବନରେ। ସଚିବଙ୍କୁ ଭେଟି କଥା ହେବାକୁ ଚାହିଁଲେ ଫୋନ୍ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଶ୍ରୀ ସାଲୁଜା।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories