www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟେନମେଣ୍ଟ ଜୋନରେ ଥିବା ୩ଗ୍ରାମର ୮୩ଜଣ ଲୋକଙ୍କ ଠାରୁ ସ୍ୱାବ୍‍ ସଂଗ୍ରହ

ପାଟକୁରା : ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଗୁରୁବାର ପାଟକୁରା ଅଞ୍ଚଳର କଣ୍ଟେନମେଣ୍ଟ ଜୋନରେ ଥିବା ତିନି ଗୋଟି ଗ୍ରାମରୁ ମୋଟ ୮୩ଜଣ ଲୋକଙ୍କ ଠାରୁ ସ୍ୱାବ୍‍ ସଂଗ୍ରହ କରିଛନ୍ତି। ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଞ୍ଚାୟତର ପରକଣା ଗ୍ରାମରେ ଜଣେ, ପଦ୍ମପୁର ପଞ୍ଚାୟତର ପଦ୍ମପୁର ଗ୍ରାମରେ ଜଣେ ଓ ବିଚଣା ଗ୍ରାମରେ ତିନି ଜଣ ଲୋକ ଦୁଇଟି ପର୍ଯ୍ୟାୟରେ କରୋନା ପଜିଟିଭ ଜଣାପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍‍ ହସପିଟାଲକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ତିନି ଗୋଟି ଗ୍ରାମର ତିନିଗୋଟି ୱାର୍ଡକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇ ସାଧାରଣଲୋକମାନଙ୍କ ଯାତାୟତ ଉପରେ ବାରଣ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ସମ୍ପୃକ୍ତ ତିନି ଗୋଟି ଗ୍ରାମର ମୋଟ ୮୩ଜଣ ଲୋକମାନଙ୍କ ଠାରୁ ସ୍ୱାବ୍‍ ସଂଗ୍ରହ କରାଯାଇଥିବାର ଜଣାଯାଇଛି। ପଦ୍ମପୁର ଗ୍ରାମରୁ ୨୮ଜଣ ଲୋକମାନଙ୍କ ଠରୁ ସ୍ୱାବ୍‍ ସଂଗ୍ରହ କରାଯାଇଥିବା ବେଳେ, ବିଚଣା ଗ୍ରାମରୁ ୩୨ଜଣ ଲୋକଙ୍କର ଠାରୁ ସ୍ୱାବ୍‍ ସଂଗ୍ରହ କରାଯାଇଛି। ସେହିପରି ବେଡାରୀ ପଞ୍ଚାୟତର ପରକଣା ଗ୍ରାମରୁ ଆଜି ୨୩ଜଣ ଲୋକନଙ୍କ ଠାରୁ ମଧ୍ୟ ସ୍ୱାବ୍‍ ସଂଗ୍ରହ କରାଯାଇଥିବା ଜଣାଯାଇଛି। ଏହି ଅଞ୍ଚଳ ପାଇଁ କୋଭିଡ୍‍ ଦାଇତ୍ୱ୍ୱରେ ରହିଥିବା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରମୋଦ କୁମାର ବେହେରା, ରଞ୍ଜନ କୁମାର ପତି,ଆଶା କର୍ମୀ ଲାବଣ୍ୟ ପରିଡା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସରସ୍ୱତୀ ସ୍ୱାଇଁ ପ୍ରମୁଖ ସମ୍ପୃକ୍ତ ତିନିଗୋଟି ଗ୍ରାମକୁ ଯାଇ ଲୋକମାନଙ୍କ ଠାରୁ ସ୍ୱାବ୍‍ ସଂଗ୍ରହ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories