www.samajalive.in
Friday, December 12, 2025
19.1 C
Bhubaneswar

ପରପିଣ୍ଡାରେ ଜୀବନ କାଟୁଛନ୍ତି ଅସହାୟ ମାଆପୁଅ: ସାହାଯ୍ୟ ପାଇଁ ଅଭିନେତା ସୋନୁ ସୁଦ୍‍ଙ୍କୁ ଟ୍ୱିଟ୍‍

ହରଭଙ୍ଗା: କରୋନା ଭଳି ମହାମାରୀ ବିପତିକୁ ଖାତିର ନ କରି ଜଣେ ଅସହାୟ ମାଆ ନିର୍ଭୟରେ ନିଜର ଦେଢବର୍ଷର କୋମଳମତି ଶିଶୁକୁ ଧରି ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରରେ ମାଗିଯାଚି ପରପିଣ୍ଡାରେ ରାତିକାଟୁଥିବା ଭଳି ଏକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ପ୍ରଶାସନ ନୀରବ ଦର୍ଶକ ସାଜିଥିବାବେଳେ ବୌଦ୍ଧର ଜଣେ ଯୁବ ସଚେତନ ନାଗରିକ ଚିତରଂଜନ ସାହୁ ଏଭଳି ଘଟଣା ଉପରେ ବଲିଉଡ୍‍ ଅଭିନେତା ସୋନୁ ସୁଦ୍‍ଙ୍କୁ ଟ୍ୱିଟ୍‍ କରି ମାଆପୁଅଙ୍କୁ ସହାୟତା ହାତବଢାଇବା ପାଇଁ ଅନୁରୋଧ କରିଛନ୍ତି।  ବର୍ତମାନ ତାଙ୍କର ଏହି ଟ୍ୱିଟ୍‍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଓଡିଶା ରାଜ୍ୟ ବୌଦ୍ଧଜିଲ୍ଲାର ଜଣେ ମହିଳା ଏବଂ ତାଙ୍କ ଦେଢବର୍ଷର ପୁଅକୁ ଧରି କରୋନା ଭଳି ବିପତିସମୟରେ ମାଗିଯାଚି, ପରପିଣ୍ଡାରେ ଜୀବନ କାଟୁଛନ୍ତି। ଏ ପର୍ୟ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ। ଯଦି ପାରୁଛନ୍ତି ଏମାନଙ୍କୁ ବଂଚାଇ ଦିଅନ୍ତୁ ବୋଲି ଟ୍ୱିଟ୍‍ରେ ଉଲ୍ଲେଖ କରିଛନ୍ତି।କୋରୋନା ଭଳି ବିପତି ସମୟରେ ନେତାଙ୍କ ଉପରେ ଲୋକଙ୍କ ଭରସା ତୁଟିଥିବାବେଳେ ବଲିଉଡ୍‍ ଅଭିନେତା ସୋନୁ ସୁଦ୍‍ ଏବଂ ଓଲିଉଡ୍‍ ଅଭିନେତା ସବ୍ୟସାଚୀଙ୍କ ସାହାଯ୍ୟ ମନୋଭାବ ଏବେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିବା ଦେଖୀବାକୁ ମିଳିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories