www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‍ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଏବଂ ଶପଥ ପାଠ

ବଲାଙ୍ଗିର : ସାରା ଦେଶ କେବିଡ୍‍ ବିରୁଦ୍ଧରେ ଲଢେଇ ଜାରି ରଖିଛି। ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ। ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ସରକାରୀ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସମାଜସେବୀ ଓ ରାଜ ନେତାମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଦିବା ରାତ୍ର ସେବା ଯୋଗୁଁ ଓଡିଶାରେ କୋଭିଡ୍‍ ମୃତ୍ୟୁ ସଂଖ୍ୟା ଏକ ପ୍ରକାର ନିରନ୍ତ୍ରଣରେ ଅଛି। ସାରା ଦେଶକୁ ଦେଖିଲେ ଓଡିଶାର ମୃତ୍ୟୁହାର ବହୁତ କମ୍‍। ଏହି କ୍ରମରେ ଆଜି କୋଭିଡ୍‍ ଯୋଦ୍ଧାମାନଙ୍କ ସମ୍ମାନ ତଥା ଏହି ଯୁଦ୍ଧରେ ବଳିଦାନ ଦେଇଥିବା କିଛି କୋଭିଡ୍‍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା ତଥା ଏକ ଶପଥ ପାଠ କରାଯାଇଥିଲା।

ଏଥିରେ ବଲାଙ୍ଗିର ଜିଲାପାଳଙ୍କ ଭିଡିଓ କନ୍‍ଫରେନ୍ସ ହଲରୁ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ ଜିଲାପାଳ ଯୋଗଦେଇ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଏକ ଶପଥ ପତ୍ର ପାଠ କରିଥିଲେ। ସେମାନେ ଶପଥ କରିଥିଲେ ଯେ କୋଭିଡ୍‍ ଲଢେଇ ଆମ ସମସ୍ତଙ୍କର ଲଢେଇ, ମୁଁ ଶପଥ କରୁଛି ଯେ କୋଭିଡ୍‍ ଯୋଦ୍ଧାମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମ୍ମାନ ଦେବି। ଏହି ପ୍ରତିଟି ଲୋକଙ୍କ ଲଢେଇରେ ମୁଁ ବି ସାମିଲ, କୋଭିଡ୍‍ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଏବଂ ସେମାନଙ୍କ ବଳିଦାନକୁ ବ୍ୟର୍ଥ ଦେବିନାହିଁ, କୋଭିଡ୍‍ ନିୟମାବଳିକୁ ନିଜେ ପାଳନ କରିବି ଓ ଅନ୍ୟମାନଙ୍କୁ ସଚେତନ କରିବି, ଏହି ଲଢେଇକୁ ଆହୁରି ମଜବୁତ କରିବି, ମୁଁ ନିଜେ ଜିତିବି, ଓଡିଶା ଜିତିବ ଏବଂ ମାନବସମାଜ ଜିତିବ। ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା ଏହି ପ୍ରାର୍ଥନା ତଥା ଶପଥ ପାଠ ଉତ୍ସବରେ ଜିଲାପାଳ କାର୍ଯ୍ୟାଳୟରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହି ପ୍ରାର୍ଥନା କରିବା ସହ ଶପଥପାଠ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories