www.samajalive.in
Monday, December 8, 2025
27.1 C
Bhubaneswar

ଶକ୍ତିଶାଳୀ ବିସ୍ଫୋରଣରେ ଧ୍ଵସ୍ତବିଧ୍ଵସ୍ତ ବେରୁତ ସହର, ଦେଖନ୍ତୁ ଭିଡିଓ

ବେରୁତ: ଏକ ଶକ୍ତିଶାଳୀ ବିସ୍ଫୋରଣ ଲେବାନନ୍‌ର ରାଜଧାନୀ ବେରୁତ ସହରକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। ଅନେକ ସୁଉଚ୍ଚ ଅଟାଳିକା, ଶପିଂ ମଲ୍‌ ଭାଙ୍ଗି ମାଟିରେ ମିଶିଯାଇଛି। ସହରର ଶୋଭାବର୍ଦ୍ଧନ କରୁଥିବା ସୁନ୍ଦର ଅଟାଳିକାଗୁଡ଼ିକ ଏବେ ଜରାଜୀର୍ଣ୍ଣ ଦିଶୁଛି। ବିସ୍ଫୋରଣ ସ୍ଥଳରୁ ପ୍ରାୟ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ୭୩ରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିବାବେଳେ ୩ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ବାସହରା ହୋଇପଡ଼ିଛନ୍ତି।

- Advertisement -

ଏହି ବିସ୍ଫୋରଣ ଏକ ଛୋଟ ପରମାଣୁ ବୋମା ବିସ୍ଫୋରଣ ଭଳି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ଏହା ଏକ ଦୁର୍ଘଟଣା କି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହଜାର ହଜାର ଲୋକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ହସ୍ପିଟାଲଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ଆହତଙ୍କୁ ଚିକିତ୍ସା କରାଯାଇପାରୁ ନାହିଁ। ଯେଉଁ କେକେତ ହସ୍ପିଟାଲ କାର୍ଯ୍ୟ କରୁଛି ସେଠାରେ ରୋଗୀଙ୍କୁ ରଖିବାକୁ ସ୍ଥାନ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପରେ ସହରରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Image Courtesy: Aajtak

ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଲା ସେଠାରେ ୨୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ରଖାଯାଇଥିଲା। ଏହା ଏକ ଛୋଟ ପରମାଣୁ ବୋମା ବିସ୍ଫୋରଣ ସଦୃଶ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିସ୍ଫୋରଣ ଯୋଗୁ ମାଇଲ୍‌ ମାଇଲ୍‌ ଦୂର ପର୍ଯ୍ୟନ୍ତ କୋଠା ଭୁଶୁଡ଼ି ପଡ଼ିବା ସହିତ କାଚ କବାଟ ଓ ଝରକା ଭାଙ୍ଗିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories