www.samajalive.in
Saturday, December 6, 2025
26.1 C
Bhubaneswar

ବିଲରୁ ମିଳିଲା ଯୁବକଙ୍କ ମୃତ ଦେହ; ବୀମା ପ୍ରିମିୟମ ଦେବାକୁ ଯାଇ ୨ଦିନ ହେଲା ଥିଲେ ନିଖୋଜ

ବେଲଗାଁ : ବେଲଗାଁ ଫାଣ୍ଡି ତଥା ସଇଁନ୍ତଲା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ଲେମ୍ବୁ ସାହୁ ଗତ ୩୧ ତାରିଖ ପୁର୍ବାହ୍ନ ୧୧ଟାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ଘୁନସର ଗ୍ରାମ ନିକଟସ୍ଥ ଏକ ବିଲରୁ ଉଦ୍ଧାର ହୋଇଛି। ୩୧ ପୂର୍ବାହ୍ନରେ ସେ ବୀମା ପ୍ରିମିୟମ ବାନ୍ଧିବାକୁ  ଘରୁ ବାହାରିଥିଲେ।  ସେଦିନ ସେ ଘରକୁ ଆଉ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଗତକାଲି ରକ୍ତ ଛିଟା ଲଗା ତାଙ୍କର ବାଇକ ତଥା ଜୋତା ଏବଂ ଟୋପି ଗ୍ରାମରୁ କିଛି ଦୂର ଘୁନସର କଲେଜ ନିକଟସ୍ଥ ରାସ୍ତା କଡ ଜଙ୍ଗଲରେ ପରିବାର ଲୋକେ ଦେଖି ପୁଲିସକୁ ଜଣାଇଥିଲେ। ଲେମ୍ବୁଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ, ବେଲଗାଁ ପୁଲିସ ଅଧିକାରୀ ଅନାଦି ମଟାରି, ବଡମାଲ ପୁଲିସ ଅଧିକାରୀ କୁନୁ ସାହୁ, ବଲାଙ୍ଗିର ସାଇନ୍ଟିଫିକ ଟିମ, ସନ୍ଧାନୀ କୁକୁର, ସଇଁନ୍ତଲା ଅଗ୍ନିଶମ ବିଭାଗ କର୍ମଚାରୀ ପୀଡିତ ପରିବାର ଲୋକ ତଥା ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି ସହ ତଦନ୍ତ ଜୋରଦାର କରିଥିଲେ। ରାତି ସାରା ପୁଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଆଜି ତାଙ୍କ ମୃତଦେହ ଏକ ଚାଷ ଜମିରେ ପଡିଥିବା ପରିବାର ଲୋକେ ଚିହ୍ନଟ କରିଥିଲେ। ଦୀର୍ଘ ସମୟ ଧରି ଚାଷ ଜମି ପାଣିରେ ମୃତଦେହ ପଡିରହିଥିବା ଯୋଗୁଁ ପଚି ଯାଇଥିବା ଜଣାଯାଇଛି। ଏନେଇ ପୁଲିସ ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଘଟଣାର ପୃଷ୍ଠଭୂମି ଏବଂ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ କିଛି ସନ୍ଦିଗ୍ଧଙ୍କୁ ନେଇ ଖୋଲତାଡ ଜୋରଦାର କରିଥିବା ଟିଟିଲାଗଡ ଏସଡିପିଓ ଶ୍ରୀ ଶତପଥି କହିଛନ୍ତି। ଏନେଇ ଦୋଷୀଙ୍କୁ ଗିରଫ ସହ କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ତଥା ପରିବାରବର୍ଗ ମହଲରେ ଦାବି ହୋଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories