www.samajalive.in
Saturday, December 6, 2025
26.1 C
Bhubaneswar

ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ ଅଭିଯୋଗ; କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ ମହିଳାଙ୍କ ମୃତ୍ୟୁ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲାର ଦାଦନ ପ୍ରବଣ ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।ଗ୍ରାମାଞ୍ଚଳର ମହିଳାମାନଙ୍କୁ ଏସଏଚଜି ନାମରେ ବିଭିନ୍ନ ଘରୋଇ ଅର୍ଥ ଲଗାଣ ସଂସ୍ଥା ନାନା ପ୍ରକାର ପ୍ରଲୋଭନ ଦେଖାଇ ଋଣ ପ୍ରଦାନ କରି ଚଢା ଦରରେ ଟଙ୍କା ଅସୁଲି କରି ଶୋଷିତ କରୁଥିବା ବେଳେ ଲକଡାଉନ ପରିସ୍ଥିତିରେ ଘରୋଇ ଅର୍ଥ ଲଗାଣ ସଂସ୍ଥା ଗୁଡିକ ପକ୍ଷରୁ ଟଙ୍କା ଅସୁଲି ନେଇ ଜୁଲୁମ କରାଯାଉଥିବା ଅଭିଯୋଗ ହେଉଛି। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ ସହିନପାରି ଜଣେ ମହିଳା କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ ଭଲି ଏକ ଅଭାବନୀୟ ଘଟଣା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଗତ ୧୩ ତାରିଖରେ ଘଟିଯାଇଥିଲା।ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ପଞ୍ଚାୟତର ବାଦିଚକା ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗ୍ରାମୀଣ କୋଟା କଣ୍ଟାବାଞ୍ଜି ଶାଖା ର କର୍ମଚାରୀ ଟଙ୍କା ଅସୁଲି କରିବା ପାଇଁ ଗତ ୧୩ ତାରିଖ ସକାଳେ ଆସିଥିଲେ।ଲକଡାଉନ ଯୋଗୁଁ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଋଣ ଟଙ୍କା ପରିଶୋଧ କରିବାରେ ଅସୁବିଧା ହୋଇଥିଲା। ଆର ସପ୍ତାହ କୁ ଟଙ୍କା ଜମା ଦେବି ବୋଲି କହିବା ପରେ ମଧ୍ୟ ଟଙ୍କା ଦେବା ପାଇଁ ସଂପୃକ୍ତ କର୍ମଚାରୀ ବାଧ୍ୟ କରିବାରୁ ବାଦିଚକା ଗ୍ରାମର ଠଣ ସୁନ୍ଦର ତେଜୀ ଙ୍କର ସ୍ତ୍ରୀ କଲ୍ୟାଣୀ ତେଜୀ (୨୭) ଘରକୁ ଯାଇ ନିଜ ଦେହରେ କିରୋସିନି ଢାଲି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳା ଜଣକ ଅଲ୍ପକେ ବର୍ତ୍ତିଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ବଲାଙ୍ଗିର ଏବଂ ପରେ ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରୁ କିଛି ଦିନ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ।ପୁଣି ଗୁରୁତର ହେବାରୁ ଖଡିଆଳ ମିଶନ ଡାକ୍ତରଖାନା କୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅଗଷ୍ଟ ୧ ତାରିଖରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘରୋଇ ଅର୍ଥଲଗାଣ କାରୀ ସଂସ୍ଥାର ଜୁଲୁମ ସହି ନପାରି ଜଣେ ମହିଳାଙ୍କ ଜୀବନ ଚାଲିଯିବା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଦିନ ଟଙ୍କା ଅସୁଲି କରିବା ପାଇଁ ଆସିଥିବା କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଥିବା ବେଳେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଥାନାକୁ ଆଣିଥିଲେ। ଏ ନେଇ ପୀଡିତ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଦର୍ଶାଇ ପୁଲିସ ସେମାନଙ୍କୁ ଛାଡିଦେଇଥିଲା। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ ହେବା ପରେ ପୁଲିସ ପ୍ରଶାସନ ଏହି ଘଟଣାର ଗୁରୁତ୍ୱ କେତେ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ। ମହିଳାଙ୍କ ମୃତ୍ୟୁ ଦୁଇ ପୁଅ ମାତୃହରା ହୋଇଯାଇଛନ୍ତି। ଏଭଲି ସ୍ଥିତିରେ ଏହି ପରିବାରକୁ ସରକାରୀ ସହାୟତା ଏବଂ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହେଉଛି। ଏହି ଘଟଣା ପରେ ଘରୋଇ ଅର୍ଥଲଗାଣ ସଂସ୍ଥା ଗୁଡିକର ଜୁଲୁମ ବୃଦ୍ଧି ପାଉଛି ନା ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେତେ ଦୂର କୋହଳ ମନୋଭବା ଜାତ ଦେଉଚି ଆଗାମୀ ଦିନରେ ସଂସ୍ଥା ଗୁଡିକର ଅସଲ ରୂପ ଜଣାପଡିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories