www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇଲେ ଜିଲ୍ଲାପାଳ

ଗୋପାଳପୁର:  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୧୬ ରେ କନିଷି ଯାଇଥିବା ସମୟରେ ଦୁର୍ଘଟଣାରେ ଆହାତ ହୋଇ ରାସ୍ତାରେ ପଡିରହିଥିବା ଯୁବକଙ୍କୁ ସାହାଯ୍ୟ କରିବା ସହ ତାଙ୍କ ସହ ଥିବା ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଗାଡ଼ି ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିବା ଜଣାପଡିଛି। ଆଜି ଅପରାହ୍ନ ସାଢେ଼ ଚାରିଟା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ଓ ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଦୁଇଟି ଗାଡ଼ି ଯୋଗେ କନିଷି ଠାରେ ଥିବା ଅମିତ ନର୍ସିଂ କଲେଜ ପରିସରରେ ହେବାକୁ ଥିବା କୋଭିଡ କେୟାର ହସ୍ପିଟାଲର କାର୍ଯ୍ୟ ତଦାରଖ ନିମନ୍ତେ ଯାଉଥିବା ବେଳେ କନିଷି ହାଟ ସନ୍ନିକଟ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଗସ୍ତ ଏକ ମୋଟରସାଇକେଲ ଆରୋହୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲେ। ଏହା ଦେଖି ଜିଲ୍ଲାପାଳ ଶ୍ରୀ କୁଲାଗେଂ ଗାଡିରୁ ଓହ୍ଲାଇ ଆହାତ ଯୁବକଙ୍କୁ   ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାରରେ ନିଜର ପିଏସଓ ଓ ଅନ୍ୟ କର୍ମଚାରୀଙ୍କୁ ସହ ବଡ ମେଡିକାଲ ଚିକିତ୍ସା ନିମନ୍ତେ ପଠାଇବା ସହ ଦୁର୍ଘଟଣା ନେଇ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ମୋଟରସାଇକେଲ  ଓଡି୦୭ଏବି ୩୦୧୫କୁ ଜବତ କରିଛି। ଜବତ ଗାଡ଼ିର କାଗଜ ଯାଞ୍ଚ ବେଳେ ଏ‌ହ। ଭୁବୁନି ସେଠୀ ନାମରେ ଥିବା ଜଣାପଡିଥିଲା ବେଳେ ଆହତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories