ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିରଞ୍ଜନଙ୍କ ଚିଠି, କରୋନା ମୁକାବିଲାରେ କଂଗ୍ରେସ ରାଜ୍ୟ ସରକାରଙ୍କ ସହ ଅଛି
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଏକ ଭୟାବହ ସ୍ଥିତିକୁ ଯାଉଛି । ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି । କରୋନା ସଂକ୍ରମଣର ମୁକାବିଲାରେ ଦଳମତ ନିର୍ବିଶେଷରେ ଆମେ ସମସ୍ତେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢାଇଛୁ ବୋଲି ରାଜ୍ୟ ପିସିସ ସଭାପତି ନରଞ୍ଜନ ପଟ୍ଟନାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ରୋଗୀ କିପରି ଭଲ ଭାବେ ଚିକିତ୍ସିତ ହୋଇପାରିବ ଓ କୋଭିଡ ପରିଚାଳନକୁ ଜୋରଦାର କରାଯାଇ ପାରିବ । ସେ ନେଇ କିଛି ନିର୍ଦ୍ଦିଷ୍ଟ କିଛି ପଦକ୍ଷେପ କଂଗ୍ରେସ ଦଳ ତରଫରୁ ଅନୁରୋଧ କରୁଯାଇଛି ।
ଜଣେ ବ୍ୟକ୍ତି ଯଦି ସରକାରୀ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଚାହୁଁ ନାହିଁ, ତା’ ପାଇଁ ବି ବ୍ୟବସ୍ଥା ରହିବା ଆବଶ୍ୟକ । ତା’ର ଚିକିତ୍ସା ପ୍ରାପ୍ତ ହେବାର ଅଧିକାରକୁ ସୁରକ୍ଷା ଦିଆଯାଉ । ପ୍ରତି ବେସରକାରୀ ଓ କର୍ପୋରେଟ୍ ଡାକ୍ତରଖାନା ମାନଙ୍କର ୨୦ ପ୍ରତିଶତ ବେଡ, ପଇସା ଖର୍ଚ୍ଚ କରି ଭଲ ପରିବେଶରେ ଚିକିତ୍ସିତ ହେବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ରଖାଯାଉ । ଏଠାରେ ଚିକିତ୍ସାର ଗୁଣାତ୍ମକ ଦିଗଟି ସରକାରଙ୍କ ତତ୍ବାବଧାନରେ ହେଉ, କିନ୍ତୁ ପାଇଥିବା ସୁବିଧା ବଦଳରେ ରୋଗୀର ପରିବାର ଅର୍ଥ ଖର୍ଚ୍ଚ କରି ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାର ସୁଯୋଗ ପାଉ ।
ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ରାଜ୍ୟ ସାରା ଗୃହ ସର୍ବେକ୍ଷଣ କରାଯାଇ ପ୍ରତି ଘରେ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଥିବା ଆକ୍ରାନ୍ତଙ୍କୁ ଓ ସମାନ ଲକ୍ଷଣ ଦେଖାଯଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉ । ରାଜ୍ୟର କୋଭିଡ୍ ହସ୍ପିଟାଲର ସଂଖ୍ୟା ବଢାଯାଇ ମେଡିକାଲ ଇକ୍ୟୁପ୍ମେଣ୍ଟ ତଥା ଜୀବନ ରକ୍ଷାକରୀ ଇକ୍ୟୁପମେଣ୍ଟ ଗୁଡିକ ଯଥେଷ୍ଟ ସଂଖ୍ୟାରେ ମହଜୁଦ୍ ରଖାଯାଉ । କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା କିଟ୍ ଦେବା ବାଧ୍ୟତାମୂଳକ କରାଯାଉ । ରାଜ୍ୟରେ ପ୍ରତିଦିନ ଟେଷ୍ଟିଂର ସଂଖ୍ୟା ଅନ୍ୟୁନ ୨୫୦୦୦ କରାଯାଉ । କଂଟାକ୍ଟ ଟ୍ରେସିଙ୍ଗ ଗୁରୁତ୍ୱର ସହ କରାଯାଉ ଓ ଟେଷ୍ଟିଂ କରାଯାଉ । ଏକାଧିକ ସଂକ୍ରମଣ ଦେଖାଯାଇଥିବା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ପରିମିତ ଅଂଚଳରେ ଶହେ ପ୍ରତିଶତ ବ୍ୟକ୍ତିଙ୍କୁ ଟେଷ୍ଟ କରାଯାଉ । ସଂଗରୋଧ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରୁ ଛାଡିବା ପୂର୍ବରୁ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯାଉ। ଅନ୍ୟ ରାଜ୍ୟ ମାନଙ୍କରେ ଘରୋଇ ହସ୍ପିଟାଲମାନେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଦେବା ଆରମ୍ଭ କରିଛନ୍ତି କିନ୍ତୁ ଓଡିଶାରେ ହୋଇନାହିଁ । ଏଣୁ ଏହି ବିଷୟରେ ଗୁରୁତ୍ୱର ସହ ବିଚାର କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
Comments are closed.