www.samajalive.in
Friday, December 5, 2025
27.1 C
Bhubaneswar

ଅଯୋଧ୍ୟାର ପୂଜକ, ୧୫ ପୁଲିସ କରୋନା ସଂକ୍ରମିତ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଥିବାବେଳେ ଏଠାକାର ଜଣେ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି। ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ନିଯୁକ୍ତ ପୂଜକ ଗୋଷ୍ଠୀ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବାବେଳେ ଏଠାକାର ସୁରକ୍ଷା ଦାୟିତ୍ୱରେ ଥିବା ୧୫ଜଣ ପୁଲିସ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ପ୍ରଦୀପ ଦାସ ନାମକ ଜଣେ ପୂଜକ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୫ଜଣଙ୍କୁ କ୍ୱାରୋଣ୍ଟାଇନରେ ରଖାଯାଇଛି।

ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମୀକ୍ଷା ଲାଗି ଅଯୋଧ୍ୟା ଗସ୍ତ କରିଥିଲେ। ଏହି ସମୟରେ ସେ ମନ୍ଦିରରେ ପୂଜାପାଠ କରିଥିଲେ ଓ ପୂଜକ ପ୍ରଦୀପ ଦାସ ତାଙ୍କ ସହିତ ଏହି ପୂଜାରେ ଉପସ୍ଥିତ ରହିଥିଲେ। ପ୍ରଦୀପ ଦାସ ରାମ ମନ୍ଦିରରେ ଦେବଦେବୀଙ୍କ ପୂଜା କାର୍ଯ୍ୟ ତୁଲାଇଥାନ୍ତି। ଅଯୋଧ୍ୟା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) କହିଛନ୍ତି ଯେ ମନ୍ଦିର କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକଙ୍କର କରୋନା ପରୀକ୍ଷା କରାଯାଇଛି। ସଂକ୍ରମିତ ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories