www.samajalive.in
Saturday, December 6, 2025
16.1 C
Bhubaneswar

ମାଟ୍ରିକ୍‍ ପରୀକ୍ଷାରେ କିସ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ୍‍, ପାସ୍‍ ହାର ୯୮ ପ୍ରତିଶତ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍‍ ପରୀକ୍ଷାରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କିସ୍‍ର ପାସ୍‍ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ୍‍ ହାର ୭୮.୭୬ପ୍ରତିଶତ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‍ ପରୀକ୍ଷାରେ କିସ୍‍ର ରେକର୍ଡ ସଂଖ୍ୟକ ୧୯୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି। କିସରେ ପଢ଼ୁଥିବା ଆଦିମ ଜନଜାତି ଛାତ୍ର ଯୋଗେଶ କାଡ୍ରାକା ସର୍ବାଧିକ ୯୦% ନମ୍ବର ରଖି ସ୍କୁଲ୍‍ ଟପ୍ପର ହୋଇଥିବା ବେଳେ ଗଣିତରେ ୯୯ ନମ୍ବର ସହ ୯୦ ପ୍ରତିଶତ ନମ୍ବର ରଖି ଦେବରାଜ ମାଝୀ ମଧ୍ୟ ସ୍କୁଲ୍‍ର ଯୁଗ୍ମ ଟପ୍ପର ହୋଇଛନ୍ତି। ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ପିଲା ମ୍ୟାଟ୍ରିକ୍‍ ପରୀକ୍ଷାରେ ପାସ୍‍ କରିବା କିସ୍‍ ସମଗ୍ର ଦେଶର ପ୍ରଥମ ଅନୁଷ୍ଠାନ ବୋଲି କୁହାଯାଉଛି। ୨୦୦୦ ମସିହାରୁ ୨୦୨୦ ଦୀର୍ଘ ୨୧ବର୍ଷ ଧରି ଲଗାତାର କିସ୍‍ର ପିଲାମାନେ ପାଖାପାଖି ଶତପ୍ରତିଶତ ସଫଳତା ହାସଲ୍‍ କରିଆସୁଛନ୍ତି।

- Advertisement -

ଚଳିତବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୪୦୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। କିସ୍‍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ଶ୍ରୀ ସାମନ୍ତ କିସ୍‍ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories