www.samajalive.in
Monday, December 8, 2025
27.1 C
Bhubaneswar

ଓଜନ ହ୍ରାସ ପାଇଁ ଉପଯୁକ୍ତ ଡ଼ାଏଟ ପ୍ଲାନ

ଆପଣ ଖାଇ ପିଇ ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ। କ’ଣ ଏହା ଜାଣି ଆଶ୍ଚର୍ୟ୍ୟ ଲାଗିଲା କି ? ଆଜ୍ଞା ହଁ । ଏହା ପୂର୍ବରୁ କେବେ ଶୁଣି ନଥିବେ ଯେ ଖାଇ ପିଇ କିପରି ନିଜର ଓଜନ ହ୍ରାସ କରିପାରିବେ।
ଏହି ଡ଼ାଏଟରେ ଆପଣ କାବ୍ରୋହାଇଡ଼୍ରେଟ, ଭରପୂର ପ୍ରୋଟିନ ଓ ଫ୍ୟାଟ ଯୁକ୍ତ ଖାଦ୍ୟ ମଧ୍ୟ ଖାଇପାରିବେ। ଜାଣନ୍ତୁ ଏହି ବ୍ରୋ ଡାଏଟ ପ୍ଲାନ୍‍ ((bro diet plan) ) ବିଷୟରେ……
ଏହି ଡ଼ାଏଟରେଧ୍ୟାନ ରଖିବାକୁ ହେବ, ଆପଣ କେଉଁ ସମୟରେ କି ଖାଦ୍ୟ କେତେ ମାତ୍ରାରେ ଖାଉଛନ୍ତି। ଯେହେତୁ ଆପଣ ଏହି ଡାଏଟରେ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବେ, ତେଣୁ କେତେ ମାତ୍ରାରେ ଖାଉଛନ୍ତି, ସେଥିପ୍ରତି ଧ୍ୟାନ ରଖିବାକୁ ପଡ଼ିବ।
ବ୍ରୋ ଡ଼ାଏଟ ପ୍ଲାନ୍‍ ଅନ୍ୟ ଡ଼ାଏଟ ଯୋଜନା ଅନୁଯାୟୀ ସରଳ ଓ ସହଜ ଅଟେ। ଏଥିରେ ଦିନକ ମଧ୍ୟରେ ୬ ଥର ଖାଇପାରିବେ। ଯେପରି ଜଳଖିଆ, ଖରାବେଳ ଖାଦ୍ୟ, ରାତି ଖାଦ୍ୟ ବ୍ୟତୀତ ଅନ୍ୟ ୩ ଥର ହାଲକୁା ଭୋଜନ (ସ୍ନାକ୍ସ) ଖାଇପାରିବେ। ମାତ୍ର ଏଥିରେ (ସ୍ନାକ୍ସ) ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରିବେ।
ଏହି ଡ଼ାଏଟର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆପଣ ନିଜ ଖାଦ୍ୟପେୟ ପ୍ରତି କେତେକ ସଚେତନ। କିଭଳି ଦିନ ମଧ୍ୟରେ ନିଜ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରୁଛନ୍ତି।
ଏହି ଡ଼ାଏଟ ପ୍ଲାନ୍‍ କୁ ଅନୁକରଣ କରିବା ଦ୍ୱାରା ଆପଣଙ୍କ ରକ୍ତଚାପ ଓ କୋଲେଷ୍ଟେରୋଲ ନିୟନ୍ତ୍ରିତ ହୋଇ ରହିଥାଏ।
ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।
ଏହା ମାଂସପେଶୀକୁ ମଧ୍ୟ ମଜଭୂତ କରିଥାଏ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories