www.samajalive.in
Monday, December 8, 2025
27.1 C
Bhubaneswar

ଚୀନ ଡାକ୍ତରଙ୍କ ଅଭିଯୋଗ; ଯାଞ୍ଚ ପୂର୍ବରୁ ଉହାନ ବଜାରରୁ ପ୍ରମାଣ ନଷ୍ଟ କରିଦେଇଥିଲେ ସରକାର

ବେଜିଂ: କରୋନା ଭୂତାଣୁକୁ ନେଇ ଚୀନର ଜଣେ ଡାକ୍ତର ସ୍ଥାନୀୟ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚୀନର ଉହାନ ବଜାରରୁ କରୋନା ଭୂତାଣୁ ବ୍ୟାପିଥିବା ଅଭିଯୋଗ ଆସିବା ପରେ ସେଠାକୁ ଏକ ବିଶେଷଜ୍ଞ ଟିମ୍‌ ଯାଞ୍ଚ ପାଇଁ ଯାଇଥିଲେ। କିନ୍ତୁ ଯାଞ୍ଚ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଉହାନର ହୁନାନରେ ଥିବା ସୁପର ମାର୍କେଟକୁ ସଫା କରିଦେଇଥିଲେ, ଯେଉଁଥିପାଇଁ ଭୂତାଣୁ ବ୍ୟାପିବା ସମ୍ପର୍କିତ ପ୍ରମାଣ ନଷ୍ଟ ହୋଇଯାଇଥିଲା ବୋଲି ହଂକଂର ସୁକ୍ଷ୍ମଜୀବ ବିଜ୍ଞାନ ଏବଂ ଚିକିତ୍ସା ବିଭାଗ ପ୍ରଫେସର କ୍ବକ୍‌ ୟଙ୍ଗ ୟୁଏନ୍‌ ଅଭିଯୋଗ କରିଛନ୍ତି। ପ୍ରଫେସର ୟୁଏନ୍‌ ଯାଞ୍ଚକାରୀ ଟିମ୍‌କୁ ସହାୟତା କରିଥିଲେ।

ୟୁଏନ୍‌ କହିଛନ୍ତି, କରୋନାର ଚିକିତ୍ସା ସମ୍ବନ୍ଧୀୟ ନିସ୍କର୍ଷ ଦିଗରେ ଆବଶ୍ୟକ ପଦକ୍ଷେପ ଅତ୍ୟନ୍ତ ଧିମା ରହିଥିଲା। ଆମେ ଯେତେବେଳେ ହୁନାନ ସୁପର ମାର୍କେଟରେ ପହଞ୍ଚିଲୁ ସେତେବେଳେ ସେଠାରେ ଯାଞ୍ଚ କରିବା ଲାଗି କିଛି ନ ଥିଲା। କାରଣ ବଜାରକୁ ପୂର୍ବରୁ ସଫା କରିଦିଆଯାଇଥିଲା। ଆମକୁ ସେପରି କିଛି ମିଳି ନ ଥିଲା, ଯେଉଁଥିରୁ ଏହି ଭୂତାଣୁ ମଣିଷକୁ ବ୍ୟାପୁଛି ବୋଲି କିଛି ସୁରାକ୍‌ ମିଳିପାରିବ। ସ୍ଥାନୀୟ ପ୍ରଶାସନିକ ସ୍ତରରେ କିଛି ଲୁଚାଯାଇଥିବା ସନ୍ଦେହ କରାଯାଉଛି। ଯେଉଁ ସ୍ଥାନୀୟ ଅଧିକାରୀମାନଙ୍କୁ ତତ୍କାଳ କିଛି ସୂଚନା ଆମକୁ ପଠାଇବା ଜରୁରୀ ଥିଲା ସେମାନେ ତାହା ସେପରି ତତ୍ପରତାର ସହ ପଠାଇ ନ ଥିଲେ।

- Advertisement -

ସେହିପରି ଏହି ଭୂତାଣୁକୁ ପ୍ରଥମେ ଠାବ କରିଥିବା ଚୀନର ଡାକ୍ତର ଲି ୱେନଲିୟାଙ୍ଗ ଏବଂ ଅନ୍ୟମାନଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଲି କରୋନା ଭୂତାଣୁ ବିଷୟରେ ରିପୋର୍ଟ ଦେବାରେ ପ୍ରଥମ ବ୍ୟକ୍ତି ଥିଲେ। ସେ ନିଜେ ଏଥିରେ ସଂକ୍ରମିତ ହୋଇଥିଲେ ଏବଂ ଗତ ଫେବୃୟାରୀରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories