www.samajalive.in
Sunday, December 7, 2025
14.1 C
Bhubaneswar

କହିବ କାହାକୁ ଶୁଣିବ କିଏ! ସରକାରୀ ବିଭାଗ ମାନୁନାହାନ୍ତି ସାମାଜିକ ଦୂରତା

ବଲାଙ୍ଗିର: କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସାମାଜିକ ଦୂରତାକୁ ଅଗ୍ରାଧିକାର କରାଯିବାର ନିୟମ ରହିଛି। ଏହାକୁ ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ମଧ୍ୟ ରହିଛି। ଏପରିକି ଏହାକୁ ଅମାନ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପୂର୍ବକ ଅର୍ଥଦଣ୍ଡ ଲଗାଇବାର ବ୍ୟବସ୍ଥା ରହିଛି। ଏହି ନିୟମକୁ ସାଧାରଣ ଲୋକେ ବଲାଙ୍ଗିରରେ ଅମାନ୍ୟ କରୁଥିବା ଦେଖିବାକୁ ମିଳିଥିବା ବେଳେ ଏହାକୁ ସରକାରୀ ଅଧିକାରୀମାନେ ମଧ୍ୟ ଅମାନ୍ୟ କରୁଥିବାର ଅନେକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ସହରରେ।

ଗତ କିଛି ଦିନ ହେଲା ଜବରଦଖଲ ଉଚ୍ଛେଦ ସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ସୋମବାର ବଲାଙ୍ଗିର ଜିଲା ଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି।

- Advertisement -

ସୋମବାର ବଲାଙ୍ଗିର ଜିଲା ସିଡିଏମଓ କାର୍ୟ୍ୟାଳୟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। କରୋନା କଟକଣା ସମୟରେ ଏହିଭଳି ଭିଡ ଦୃଶ୍ୟ ନିହାତି ଭାବେ ଅସନ୍ତୋଷ ସୃଷ୍ଟି କରିଛି। ପଚରାଉଚୁରା ପରେ ଜଣାପଡିଥିଲା ଯେ କରୋନା ପାଇଁ ସରକାର ଦେଉଥିବା ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ପାଇଁ ସୋମବାର ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରାଯାଇଥିଲା। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ଆଶାୟୀ ଯୁବକ ଯୁବତୀମାନେ ଆସି ଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଭିଡ କରିଥିଲେ। ଏନେଇ ସିଡିଏମଓଙ୍କ କହିବା ଅନୁସାରେ ସାମାଜିକ ଦୂରତା ପାଳନ କରି ଏହି ପ୍ରକ୍ରିୟା ସଂପନ୍ନ ହେବା କଥା କିନ୍ତୁ ଭିଡ ଜମାଇଥିବା ଯୁବକ ଯୁବତୀମାନେ ମାନୁ ନ ଥିବା ସେ କହିଛନ୍ତି।

ସହରରେ ସାମାଜିକ ଦୂରତା ନିୟମକୁ ଖିଲାପ କରିବାର ଆଉ ଏକ ଦୃଶ୍ୟ ଗତ କିଛି ଦିନ ହେଲା ଦେଖିବାକୁ ମିଳିଛି। ସହରରେ ଡ୍ରେନ ଓ ରାସ୍ତା ନିର୍ମାଣ ପାଇଁ ଜବରଦଖଳ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଏହି ସ୍ଥାନ ମାନଙ୍କରେ ସାମାଜିକ ଦୂରତା ରହୁ ନ ଥିବା ଦେଖିବାକୁ ମିଳିଛି। ସୋମବାର ଗାନ୍ଧୀନଗର ପଡାରେ ଏହା ଚାଲିଥିବା ବେଳେ ଏହି ଅଞ୍ଚଳରୁ କିଛି କରୋନା ରୋଗୀ ବାହାରିଥିବା ଜଣାପଡିଥିଲା। ଏନେଇ ଉପଜିଲାପାଳ ସଞ୍ଜୟ ମିଶ୍ରଙ୍କ କହିବା ଅନୁସାରେ କାମ ସଂପୂର୍ଣ୍ଣ କରିବାର ଚାପ ରହିଥିବାରୁ ଏହି ଉଚ୍ଛେଦ କରାଯାଉଛି। କଟକଣା ମୁତାବକ ଅଞ୍ଚଳରେ ବାରଣ ସତ୍ୱେ ଲୋକେ ନମାନି ଭିଡ ଜମାଉଛନ୍ତୁ। ବହୁ ଅନୁରୋଧ ସତ୍ୱେ କେହି ମାନୁ ନ ଥିବା ସେ କହିଛନ୍ତି। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ଏକମାତ୍ର ରାସ୍ତା ରହିଥିବାରୁ ଏହାକୁ କଡାକଡି ଭାବେ ପାଳନ କରିବା ଦିଗରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories