www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ କୋଭିଡ ସଚେତନତା ପଦଯାତ୍ରା

ଭୁବନେଶ୍ୱର:ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ ଓ କେଦାର ଗୌରୀ ନିକଟସ୍ଥ ନାଳମୁହଁ ଭୋଇ ସାହିରେ କୋଭିଡ ସଚେତନତା ପଦଯାତ୍ରା ଓ କୋଭିଡ ବିଶୋଧନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଭୁବନେଶ୍ବରର ବସ୍ତି ଅଞ୍ଚଳ ମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ବଢିଚାଲିଥିବା ସମୟରେ ବସ୍ତି ବାସିନ୍ଦା ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ଜରୁରୀ ହୋଇପଡିଛି। ଏହି କ୍ରମରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ସଚେତନତା ପଦଯାତ୍ରା ଓ କୋଭିଡ ବିଶୋଧନ ମାଧ୍ୟମରେ ଭୁବନେଶ୍ୱର ବସ୍ତି ଅଞ୍ଚଳ ମାନଙ୍କରେ କାର୍ଯ୍ୟକ୍ରମ ଜାରି ରହିଅଛି।
ଆଗାମୀ ଦିନରେ ଏହିପରି କୋଭିଡ ସଚେତନତା ପଦଯାତ୍ରା, ବୃକ୍ଷ ରୋପଣ ଓ ବିଶୋଧନ କାର୍ୟ୍ୟକ୍ରମ ଜାରି ରହିବ ବୋଲି ସଂଗଠନର ପକ୍ଷରୁ ପ୍ରକାଶ କରାଯାଇଅଛି।
ଆଜିର ଏହି କୋଭିଡ ବିଶୋଧନ କାର୍ଯ୍ୟକ୍ରମରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଅଭିନ୍ନ ହୋତା, ଉପସଭାପତି ସୁଧାଂଶୁ ମହାନ୍ତି, ସଂଗଠନର ପରିବେଶ ଓ ପରିମଳ ବିଭାଗ ଅଧ୍ୟକ୍ଷ ନୀଳମଣି ମିଶ୍ର, ଆଞ୍ଚଳିକ ସଂଯୋଜକ କମର ଅଲ୍ଲୀ, ରାଷ୍ଟ୍ରୀୟ କାର୍ୟ୍ୟକାରୀ ସଦସ୍ୟ ବିକାଶ ଗରାବଡୁ, ସମ୍ପାଦିକା ଦେବୀଦତ୍ତ ସାମନ୍ତରାୟ, ଯୁଗ୍ମ ସଂପକ୍ଷଦକ,ଲୋକନାଥ ନାୟକ, ସଂଯୋଜିକା ସସ୍ମିତା ମଲ୍ଲିକ, ସାଗରୀକା ପ୍ରଧାନ, ସୋନାଲି ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଗୋପାଳ ମକଦ୍ଦମ,ବୈକୁଣ୍ଠ ଭୋଇ, ହୃଷିକେଶ ବେହେରା, ସୌଦାମିନୀ ସାମଲ, ରାଜ୍ୟ ମିଡ଼ିଆ ସଂଯୋଜକ ରଶ୍ମି ସ୍ବାଇଁ ଏବଂ ଭୁବନେଶ୍ୱର ଜିଲ୍ଲା ଉପସଭାପତି ସଞ୍ଜୟ ପରିଡା, ବିଶ୍ୱଜିତ, ସ୍ଵାତିସ୍ମିତା ପ୍ରମୁଖ ଯୋଗଦାନ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories