www.samajalive.in
Saturday, December 6, 2025
26.1 C
Bhubaneswar

ଭତ୍ତା ଅପେକ୍ଷାରେ ୮୫ ବର୍ଷର ଆଦିବାସୀ ବୃଦ୍ଧା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲାର ଉପାନ୍ତ ବଙ୍ଗୋମୁଣ୍ଡା ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ସରକାର ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ, ବିଧବା ଭତ୍ତା ଆଦି ପ୍ରଦାନ କରାଯାଉଛି। ବ୍ଲକର ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାଗୁଡିକରେ ସାମିଲ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନ ନିକଟରେ ହାରି ଗୁହାରି କରି ନୟାନ୍ତ ହୋଇଯାଇଥିବାବେଳେ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଚାତକ ପରି ଅପେକ୍ଷା କରି ରହିଛନ୍ତି। ତଥାପି ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗରିବ ହିତାଧକାରୀ ଭତ୍ତା ପାଇପାରିନାହାନ୍ତି। ବ୍ଲକର ଅଲଣ୍ଡା ପଞ୍ଚାୟତର ପଣ୍ଡରିପାଣି ଗାଁ। ଏହି ଗାଁର ଅନେକ ଯୋଗ୍ୟ ବ୍ୟକ୍ତି ଏବେ ମଧ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି। ଗ୍ରାମର ଆଦିବାସୀ ବୃଦ୍ଧା ଖମ୍ବେ ମାଝୀ। ବୟସ ୮୫ ରୁ ଅଧିକ। ଚଲାବୁଲା କରିପାରୁନାହାନ୍ତି। ସ୍ୱାମୀଙ୍କର ମୃତ୍ୟୁ ହେବାର ପ୍ରାୟ ୨୦ ବର୍ଷରୁ ଅଧିକ ହୋଇଗଲାଣି। ପୁଅ ଝିଅ କେହି ନାହାନ୍ତି। ନିସଙ୍ଗ ଜୀବନ ଜିଉଁଥିବାବେଳେ ବୟସର ଅପରାହ୍ନରେ ଚଲାବୁଲା କରି ନପାରି ଦୟନୀୟ ଅବସ୍ଥାରେ ରହୁଛନ୍ତି। ତାଙ୍କର କେହି ନଥିବାରୁ ସମ୍ପର୍କୀୟ ଓ ପାଖ ଲୋକ ଭଲମନ୍ଦ ବୁଝୁଛନ୍ତି। ଚାଉଳ ମାସକୁ ମାତ୍ର ୫ କେଜି ପାଉଥିବାବେଳେ ବାର୍ଦ୍ଧକ୍ୟ ଭତ୍ତା ମୁହଁ ଏ ଯାବତ ଚାହିଁ ନାହାନ୍ତି। ପଞ୍ଚାୟତକୁ ଯାଇ ଅନେକ ଥର ଜଣାଇଥିଲେ ମଧ୍ୟ ଭତ୍ତା ମିଲିନାହିଁ।

“କମ୍ ବୟସର ଲୋକେ ଭତ୍ତା ମିଲୁଛେ। ହେଲେ ମୁଇଁ କାଏଁ ଦୋଷ କଲି ଯେ ମକେ ଭତ୍ତା ନାଇଁ ମିଲୁଛେ ବୁଆ। ମେମର ସରପଞ୍ଚ ଠାନୁ ସବକେ କହେଲି ନେ କେନ ମର କଥା ନାଇଁ ଶୁନିବାର। ମଲା ବେଲକେ ଭତ୍ତା ଦେଲେ କେନ ଖାଏବା ବୋଲି” ଏଭଳି ଛଳ ଛଳ ଆଖିରେ କହନ୍ତି ବୃଦ୍ଧା ଜଣକ। ଏଭଲି ବୃଦ୍ଧ, ବୃଦ୍ଧାଙ୍କୁ ଦେଖିଲେ ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ବୃଦ୍ଧା ମହିଳାଙ୍କୁ ତୁରନ୍ତ ଭତ୍ତା ଦିଆଯିବା ପାଇଁ ଗ୍ରାମର ସୁମନ୍ତ ବାଗ ଦାବି କରିଛନ୍ତି। ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ପଚାରିବାରରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବୃଦ୍ଧା ମହିଳାଙ୍କୁ ତୁରନ୍ତ ଭତ୍ତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories