www.samajalive.in
Wednesday, December 10, 2025
26.1 C
Bhubaneswar

ବୃତ୍ତି ମୋର କୁଟୁମ୍ବ ପୋଷେ

ସୁଆଣ୍ଡୋ : ସରକାରୀ ସାହାଯ୍ୟ ସହଯୋଗରୁ ବଞ୍ଚିତ ହୋଇ ବଞ୍ଚିବା ପାଇଁ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳରାମପୁର ଗଡ ପଞ୍ଚାୟତର କାର୍ତ୍ତିକ ମଲିକ। ବୟସ ପଚାଶ ହେବ । ତାଙ୍କ ପରିବାର ବୋଇଲେ ଘରେ ସ୍ତ୍ରୀ ଦୁଇ ପୁଅ ଗୋଟିଏ ଝିଅ ଜଣେ ବୋହୁ ଦୁଇ ନାତି ନାତୁଣୀ । ସେ ବାଉଁଶ ପାତିଆରେ କୁଲା ବାଉଁଶିଆ ପାଚିଆ ଭୋଗେଇ ଡାଲିଆ ଆଦି ତିଆରି କରି ଗାଁ ଗାଁ ବୁଲି ଏହାକୁ ବିକ୍ରି କରି ଯାହା ରୋଜଗାର ହେଲା ସେଥିରେ ଚଳନ୍ତି । ନିକଟସ୍ଥ ଗ୍ରାମରୁ ଗୋଟିକୁ ଚାଳିଶ ଟଙ୍କାରେ ବାଉଁଶ କିଣି ପରିବାର ର ସମସ୍ତେ ମିଶି ଏହି ସାମଗ୍ରୀ ଗୁଡ଼ିକ ତିଆରି କରିଥାନ୍ତି । କାର୍ତ୍ତିକ କହନ୍ତି ମୋର ଚାଳଘର ଦୁଇ ବଖରା , ରେସନ୍ କାର୍ଡ ମିଳିନି ,ବାତ୍ୟାରେ ଘର ଭାଙ୍ଗିଗଲା ଯେ ସରକାରୀ ସହାୟତା କିଛି ମଳିଲାନି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିନି । କରୋନା ବୋଲି ଗୋଟେ କଣ ରୋଗ ଆସିଛି । ଏଥିରେ ମତେ କୋଡ଼ିଏ କିଲୋ ସରକାରୀ ଚାଉଳ ମିଳିଥିଲା । ସରକାରଙ୍କ ତରଫରୁ କିଛି ମିଳିଲାନି ବୋଲି କଣ ମୋ ପିଲାଛୁଆ ଖାଇବା ବିନା ଓପାସରେ ମରିବେ ? ନିଜ କୂଳର ବେଉଶାରେ ବଞ୍ଚିବି । ଗଭୀର ଆତ୍ମବିଶ୍ୱାସ । ତେବେ ସରକାରଙ୍କ ପକ୍ଷରୁ ଅନେକ ଗରିବ କଲ୍ୟାଣ ଯୋଜନା କାର୍ୟ୍ୟକାରୀ ହେଉଛି। ହେଲେ ଏହିପରି ଅନେକ କାର୍ତ୍ତିକ ସବୁଥିରୁ ବଞ୍ଚିତ ହୋଇ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରୁଥିବା ଜଣାପଡ଼ିଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories