www.samajalive.in
Wednesday, December 10, 2025
18.1 C
Bhubaneswar

କୂଅରେ ପଡ଼ି ୫ ବର୍ଷ ଶିଶୁକନ୍ୟାର ମୃତ୍ୟୁ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଖାଇ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଜଣେ ୫ ବର୍ଷର ଶିଶୁ କୂଅରେ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଗ୍ରାମର ବଂଶୀଧର ଭୋଇ ଏବଂ ଯଶୋଦା ଭୋଇଙ୍କର ୫ ବର୍ଷର ଝିଅ ସୁରତୀ ଭୋଇ ଆଜି ଅପରାହ୍ନରେ ଖେଳୁଥିବା ବେଳେ ଘର ପଛପଟ କୂଅରେ ପଡ଼ିଯାଇଥିଲେ । ଏ ନେଇ ପରିବାର ଲୋକ ଜାଣି ପାରି ନଥିଲେ । ପରେ ଜଣେ ଗ୍ରାମର ମହିଳାଙ୍କ ଠାରୁ ଶୁଣିବା ପରେ ଗ୍ରାମବାସୀ ଏହି ଝିଅକୁ ଉଦ୍ଧାର କରିବାକୁ ଲାଗିପଡ଼ିଥିଲେ। ଗ୍ରାମବାସୀ ଏକାଠି ହୋଇ ମଟର ପମ୍ପ ଲଗାଇ ଏହି କୂଅରୁ ପାଣି କାଢିଥିଲେ। ମାତ୍ର ଏହା ଏକ ବୃହତକାୟ କୂଅ ହୋଇଥିବାରୁ ଏଥିରେ ସଫଳ ହୋଇପାରି ନ ଥିଲେ। ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ ଗାଡି ଯାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ସେତେବେଳକୁ ଝିଅଟି ପାଣି ଭିତରେ ବୁଡିଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣି ଭିତରେ ବୁଡି ଝିଅର ମୃତଦେହକୁ ଉଦ୍ଧାର କରିଥିବା ଜାଣିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories