www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମରେ ଅଧିକ ସ୍କ୍ରିନିଂ ଚାଲିଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସପ୍ତାହକ ମଧ୍ୟରେ ସ୍ଥିତି ସୁଧୁରିବ:ଜିଲାପାଳ

ଭୁବନେଶ୍ବର: ଗତ ସପ୍ତାହରୁ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହା ମଧ୍ୟରେ ୩୦ଟି ଗ୍ରାମ ରେଡ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଆସିପାରିଛି। ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି। ଆକ୍ରାନ୍ତଙ୍କୁ ଖୋଜି ଖୋଜି ବାହାର କରୁଛୁ। ୨ଶହ ଡାକ୍ତରି ଟିମ୍‌ ଘରକୁ ଘର ବୁଲି ସ୍ଥିତି ଦେଖୁଛନ୍ତି।। ତେଣୁ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ। ମୋର ଆଶା, ସପ୍ତାହକ ମଧ୍ୟରେ ଆମେ ସବୁ ଆକ୍ରାନ୍ତ ଚିହ୍ନଟ କରିଦେବୁ ଓ ସ୍ଥିତି ସୁଧୁରି ଯିବ। ଆସନ୍ତା ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି ଆଶା କରାଯାଉଛି। ଅଧିକ ସ୍କ୍ରିନିଂ କରାଯାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ଲକ୍ଷଣ ଥିଲେ କେହି ଏହାକୁ ଲୁଚାଲ ରଖନ୍ତୁ ନାହିଁ। ତେବେ ଗଞ୍ଜାମ ଜିଲାରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଗଞ୍ଜାମ ଜିଲାରେ ଅଧିକ ମାତ୍ରାରେ କରୋନା ଆକ୍ରାନ୍ତ ବାହାରିବା ଘଟଣା ସମ୍ପର୍କରେ ସୂଚନା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଆମର ବେଡ୍‌ର ଅଭାବ ନାହିଁ। ଆମ ପାଖରେ ୧୫୦ ଆମ୍ବୁଲାନ୍ସ ରହିଛି। ରୋଗୀ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସମସ୍ତ ସୁବିଧା ରହିଛି। ୨୪,୭୪୭ ଡାଏବେଟିସ୍ ଓ ବିପି ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କୁ ଟେଲିମେଡ଼ିସିନ୍‌ ସୁବିଧା ଦିଆଯାଉଛି। ବ୍ରହ୍ମପୁର ମେଡ଼ିକାଲ୍‌ କଲେଜରେ ୩ଜଣ ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଛି। ସମସ୍ତ ୩ଜଣ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଦ୍ରୁତ ଉନ୍ନତି ହେଉଛି। ଔଷଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ଆଦି ସବୁ ପର୍ଯ୍ୟପ୍ତ ପରିମାଣରେ ଗଚ୍ଛିତ ରହିଛି, ତେଣୁ କିଛି ଅସୁବିଧା ନାହିଁ। ଗଞ୍ଜାମ ଜିଲାକୁ ୨ଶହ ଟ୍ରେନ୍‌ରେ ପ୍ରବାସୀ ଆସିଲେ, ତାକୁ ପରିଚାଳନା କଲୁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ କୌଣସି ଅସୁବିଧା ନାହିଁ। ଆମ ପାଖରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୨୦ଦିନ ହେଲା କରୋନା ଯୋଦ୍ଧାମାନେ ନିରନ୍ତର କାମ କରୁଛନ୍ତି। କରୋନା ଯୋଦ୍ଧାଙ୍କ ଉଦ୍ୟମ ପ୍ରଶଂସନୀୟ। ଦିନରାତି ଏକ କରି କୋଭିଡ୍‌ ଯୋଦ୍ଧା କାମ କରୁଛନ୍ତି। କୋଭିଡ୍‌ ଯୋଦ୍ଧା ଦରମା ପାଇଁ ନୁହେଁ, ସେବା ଉଦେଶ୍ୟରେ କାମ କରୁଛନ୍ତି। କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁ ନାହିଁ, ନିୟମ ମାନନ୍ତୁ। ଗଞ୍ଜାମ ଜିଲାର ୮୩ ପ୍ରତିଶତ ଗ୍ରାମ ଏବେ କରୋନା ମୁକ୍ତ ହୋଇଛି। ତେଣୁ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ଅନୁରୋଧ, ପ୍ଲାଜ୍‌ମା ଦାନ କରନ୍ତୁ। ସହଯୋଗ କରନ୍ତୁ, କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ ଓ ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ଦିନ ଭିତରେ ଦେଖିବା। ଆଗାମୀ ସପ୍ତାହରେ କରୋନା ପଜିଟିଭ୍‌ କେସ କମ୍‌ ହୋଇପାରେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

- Advertisement -

ଗଞ୍ଜାମ ଜିଲାରେ ମୋଟ ୭,୬୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪,୪୮୩ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ସକ୍ରିୟ ଥିବା ସଂକ୍ରମିତଙ୍କ ହୋଇଥିବାବେଳେ ୭୦ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟର ୨୮ଟି ଜିଲାରୁ ମୋଟ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବାବେଳେ ୫୨୭ ଲୋକାଲ କେସ୍ ରହିଛି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୬୯୩କୁ ବୃଦ୍ଧି ପାଇଛି। ୧୪ହଜାର ୩୯୨ ଜଣ କରେନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ବର୍ତ୍ତମାନ ୮ହଜାର ୧୪୮ ଆକ୍ଟିଭ କେସ୍ ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories