www.samajalive.in
Wednesday, December 10, 2025
18.1 C
Bhubaneswar

ଜମିରେ ମାଡୁନି କେନାଲ ପାଣି : ମରାମତି ଓ ସଫେଇ ହେଉନି, ଚିନ୍ତାରେ ଚାଷୀ

ବଳଙ୍ଗା: ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଖରିଫ୍ ଧାନ ଚାଷ ବାଧାପ୍ରାପ୍ତ ହୋଇଛି। ପାଣି ଅଭାବରୁ ରୁଆ, ବେଉଷଣ ହେଇପାରୁନଥିବା ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି। ବାରମ୍ବାର ଦାବି ଯୋଗୁଁ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧିନସ୍ଥ ଚନ୍ଦନପୁର ଶାଖା ନୂଆଗାଁ ଡିଷ୍ଟିବ୍ୟୁଟାରୀ ପାଣି ଆସିଥିଲେ ମଧ୍ୟ କେନାଲରେ ଅଧିକାଂଶ ଜାଗା ମରାମତି ନହେବା ଏବଂ ଘଞ୍ଚ ଜଙ୍ଗଲ ଯୋଗୁଁ ଜମିରେ ପାଣି ପହଞ୍ଚି ପାରୁନଥିବା ଜଣାପଡିଛି। ଉଛୁପୁର ମାଇନର ବାଲିଘାଇ ତଥା ଅନେକ କେନାଲ ବନ୍ଧରୁ ମାଟି ମାଫିଆ ମାନେ ମାଟି କାଟି ନେଇଥିଲେ ମଧ୍ୟ ତାହା ମୁକୁଳା ପଡିଛି ମରାମତି ହୋଇନଥିବା ଜଣାପଡିଛି।

କେତେକ ପାଣି ପଞ୍ଚାୟତ ଘାସମରା ଔଷଧ ପ୍ରୟୋଗ ବଣଜଙ୍ଗଲ ନଷ୍ଟ ପ୍ରୟାସ କରୁଥିବା ବେଳେ କେତେକ ଜାଗାରେ ମେସିନ ଦ୍ବାରା ସଫେଇ ହେବାରେ କେନାଲ ବେଡ ଖାଲ ହୋଇ ସେଠାରେ ଥିବା ଜମିରେ ପାଣି ମାଡିପାରୁ ନଥିବା ଅଭିଯୋଗ ହେଉଛି। ଉପଖଣ୍ଡ ଅଧିନସ୍ଥ କେତେକ ପାଣିପଞ୍ଚାୟତ କାର୍ଯ୍ୟ କାଳ ଶେଷ ହୋଇଥିବାରେ ବିଭାଗୀୟ ତଦାରଖରେ କେନାଲ ମରାମତି ସଫା ନିର୍ଦେଶ ଥିଲେ ମଧ୍ୟ ଏପର୍ୟ୍ୟନ୍ତ କାମ ଆରମ୍ଭ ହୋଇନଥିବା ଜଣାପଡିଛି। ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧିନରେ ୨ ଟି ମୁଖ୍ୟ ଓ ୫୫ ଟି ଶାଖା ପ୍ରଶାଖା କେନାଲ ଥିବା ଜୟଦେବ, ନିମାପଡ଼ା, ପିପିଲି, ସତ୍ୟବାଦୀ,ପୁରୀ ସଦର ନିର୍ବାଚନ ମଣ୍ଡଳୀର ପ୍ରାୟ ୧୧ ହଜାର ହେକ୍ଟର ଚାଷ ଜମିକୁ ଜଳଯୋଗାଣ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ପ୍ରାୟ ଅର୍ଦ୍ଧାଧିକ କେନାଲ ଶେଷ ମୁଣ୍ଡକୁ ପାଣି ଯାଉନଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଗଲେ ଜମିରେ ପାଣି ପହଞ୍ଚି ବା ନିମନ୍ତେ ପ୍ରାୟ୧୫ ଦିନ ସମୟ ଲାଗିଯିବାର ସମ୍ଭାବନା ରହିଛି। ବର୍ଷା ନହେଲେ ପରିସ୍ଥିତି ଗମ୍ଭୀର ହୋଇପଡିବ। ପୂର୍ବରୁ କେନାଲ ମରାମତି ଓ ସଫେଇ ହୋଇଥିଲେ ଏପରି ସମସ୍ୟା ଦେଖାଦେଇନଥାନ୍ତା ବୋଲି ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି। ଅଥଚ ଏହି ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଶାଖା କେନାଲ ରେ ନିରବଚ୍ଛିନ୍ନ ଭାବରେ ପାଣି ଯାଇ ରୁଆଁ ବେଉଷଣ ପୂର୍ଣ୍ଣମାତ୍ରାରେ ଚାଲିଥିବାରେ ଚାଷୀ ମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଯଥାଶୀଘ୍ର ସମସ୍ତ ଜମିକୁ କେନାଲ ପାଣି ଯୋଗାଇ ଦେବା ନିମନ୍ତେ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧିନସ୍ଥ ଚାଷୀ ମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଯଥାଶୀଘ୍ର କେନାଲ ପାଣି ଯୋଗାଇ ଦେବାର ପ୍ରୟାସ ଜାରି ରହିଥିବା ସମ୍ପୃକ୍ତ ଯନ୍ତ୍ରୀଙ୍କ ଠାରୁ ପ୍ରକାଶ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories