www.samajalive.in
Tuesday, December 9, 2025
16.1 C
Bhubaneswar

ଶେଷଯାତ୍ରାରେ ବିଜୟ

ଭୁବନେଶ୍ବର : ବିଜୟ ମହାନ୍ତି ଓଡିଆ ଚଳିଚିତ୍ର ଜଗତର  ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। କଳାର କିମ୍ବଦନ୍ତୀ ପୁରୁଷ। ଯୁବ କଳାକାରଙ୍କ ପ୍ରେରଣାର ଉତ୍ସ ସହ ଜଣେ ଦରଦୀ ମଣିଷ ଥିଲେ ବିଜୟ ମହାନ୍ତି। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି ଓଡିଆ ଚଳଚିତ୍ର ଜଗତର ବାଦଶାହା ବିଜୟ ମହାନ୍ତିଙ୍କର  ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ହସ୍ପିଟାଲରୁ ବିଜୟଙ୍କ ପାର୍ଥୀବ ଶରୀର ତାଙ୍କ ଘର ଭୁବନେଶ୍ବରର ବମିଖାଲକୁ ନିଆଯାଇଥିଲାୂ ସେଠାରେ ତାଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଶେଷ ଦର୍ଶନ କରିଥିଲେ। ସେଠାରୁ ବିଜୟ କର୍ମମୟ ଜୀବନ ବିତାଇଥିବା ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ବିଜୟଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ସମସ୍ତ ଓଡିଆ କଳାକାରମାନେ ତାଙ୍କର ଶେଷଦର୍ଶନ କରିଥିଲେ। ବହୁ ବରିଷ୍ଠ ଅଭିନେତାଙ୍କ ସହ ରାଜନେତାମାନେ ମଧ୍ୟ ଓଡିଆ ଚଳଚିତ୍ର ଜଗତର ବାଦଶାହା ବଜିୟ ମହାନ୍ତଙ୍କୁ ଶେଷ ଦର୍ଶନ କରିଥିଲେ। ସଙ୍ଗୀତ ମହାବିଦ୍ୟାଳୟରୁ ବିଜୟଙ୍କ ପାର୍ଥୀବ ଶରୀର  ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ନିଆଯାଉଛି ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories