www.samajalive.in
Wednesday, December 10, 2025
18.1 C
Bhubaneswar

ଟୋକିଓ ଅଲିମ୍ପିକ୍‍ସରେ ପଦକ ଜିତିବା ଭାରତ ପାଇଁ ବଡ଼ ସୁଯୋଗ : ସର୍ଦ୍ଦାର ସିଂହ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‍ସ -୨୦୨୧ କାଉଣ୍ଟଡାଉନ୍‍ ଆରମ୍ଭ ହୋଇଛି। ଭାରତୀୟ ପୁରୁଷ ଓ ମହିଳା ଦଳ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜୁଲାଇ ୨୩ରୁ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଉଭୟ ଦଳ ଅଭ୍ୟାସ ଆରମ୍ଭ କରିବେ। ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍‍ସରେ ପଦକ ଜିତିବା ନେଇ ବଡ଼ ସୁଯୋଗ ରହିଛି ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ। ହକି କ୍ୟାରିୟରର ୧୬ ବର୍ଷ ମଧ୍ୟରେ ଏକ ସ୍ମରଣୀୟ ମ୍ୟାଚ ଦେଖିବାକୁ ପାଇଥିଲି। ୨୦୧୪ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଏଥିସହିତ ଭାରତୀୟ ଦଳ ରିଓ ଅଲିମ୍ପିକ୍‍ସ ଯୋଗ୍ୟତା ହାସଲ କରିଥିଲା। ଉକ୍ତ ମ୍ୟାଚ ମୋ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମ୍ୟାଚ ଭାବେ ରହିଛି। ମୋ କ୍ୟାରିୟର ଉଥାନ ପତନ ମଧ୍ୟରେ ଶେଷ ହୋଇଛି ୨୦୧୨ ଲଣ୍ଡନ ଅଲିମ୍ପିକ୍‍ସରେ ଭାରତ ୬ ନମ୍ବର ମାନ୍ୟତା ଦଳ ଭାବେ ପ୍ରତିଯୋଗିତାରେ ଖେଳିଥିଲା। ୨୦୧୮ରେ ମୋ ଷ୍ଟିକ୍‍ ଅଟକି ଯାଇଥିଲା। ଏବେ ଭାରତ ଏଫଆଇଏଚ୍‍ ମାନ୍ୟତାର ୪ ନମ୍ବର ସ୍ଥାନରେ ରହିଛି। ସେ ଦଳ ଓ ବତ୍ନର୍ତ୍ତର ଦଳ ମଧ୍ୟରେ ବହୁତ ପ୍ରଭେଦ ରହିଛି। ଅଲିମ୍ପିକସ ପଦକକୁ ଫେରିବା ନେଇ ଭାରତୀୟ ପୁରୁଷ ହକି ଦଳ ନିକଟରେ ଟୋକିଓ ଅଲିମ୍ପିକ୍‍ସ ବଡ ସୁଯୋଗ ବୋଲି ସର୍ଦ୍ଦାର କହିଛନ୍ତି। ମୁଁ ୩୧୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। କିନ୍ତୁ ଅଲିମ୍ପିକ୍‍ସ ପଦକ ସ୍ୱପ୍ନକୁ ପୂରଣ କରିପାରିନଥିଲି। ଯାହା ମୋ ପାଇଁ ବଡ ଅବଶୋଷ ହୋଇରହିଛି। ଅଲିମ୍ପିକ୍‍ସ ପ୍ରସ୍ତୁତି ନେଇ ଭାରତ ନିକଟରେ ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍ ବଡ ସୁଯୋଗ ଆଣିଛି। ଦଳ ପ୍ରୋ-ଲିଗ୍‍ରୁ ଟୋକିଓ ଅଭିଯାନ ଆରମ୍ଭ କରିବ। ଆସନ୍ତା ଏକବର୍ଷ ଭାରତୀୟ ହକି ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦଳରେ ରାଜକୁମାର, ଦିଲପ୍ରୀତ୍‍,ବିବେକ ସାଗର, ଗୁରୁସାହିବ୍‍ଙ୍କ ଭଳି ଖେଳାଳି ରହିଛନ୍ତି। ପ୍ରୋ-ହକି ଲିଗ୍‍ରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‍ ରିଡ୍‍ ଉକ୍ତ ଖେଳାଳିମାନଙ୍କୁ ସୁଯୋଗ ଦେବା ଆବଶ୍ୟକ ବୋଲି ସର୍ଦ୍ଦାର କହିଛନ୍ତି। ଆସନ୍ତା ବର୍ଷ ଭାରତ ପ୍ରୋ-ହକି ଲିଗ୍‍ରେ ଆର୍ଜେଣ୍ଟିନା, ଇଂଲଣ୍ଡ, ଜର୍ମାନୀ ,ସ୍ପେନ ଓ ନ୍ୟୁଜିଲାଣ୍ଡ ସହିତ ମ୍ୟାଚ ଖେଳିବ। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳି ଭାରତ ଅଲିମ୍ପିକ୍‍ସ ପ୍ରସ୍ତୁତି କରିବ। ଏଥିପାଇଁ ଦଳକୁ ଏବେଠାରୁ ସଠିକ୍‍ ମାର୍ଗରେ ପରିଚାଳିତ କରିବା ଆବଶ୍ୟକ ବୋଲି ସର୍ଦ୍ଦାର କହିଛନ୍ତି। ଅଲିମ୍ପିକ୍‍ିସ ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଶିବିର ବାଧାପ୍ରାପ୍ତ ହୋଇଛି। ଏବେ ଏକବର୍ଷ ଅଲିମ୍ପିକ୍‍ିସ ଘୁଞ୍ଚିବା ପରେ ଭାରତୀୟ ଦଳକୁ ଭଲଭାବେ ପ୍ରସ୍ତୁତି କରିବା ନେଇ ସୁଯୋଗ ମିଳିଛି ବୋଲି ସର୍ଦ୍ଦାର କହିଛନ୍ତି। ସୂଚନାଯୋଗ୍ୟ ପୂର୍ବତନ ଅଧିନାୟକ ତଥା ହାପ୍‍ବ୍ୟାକ୍‍ ଖେଳାଳି ସର୍ଦ୍ଦାର ସିଂହ ୩୧୪ଟି ମ୍ୟାଚ ଖେଳି ୧୬ଟି ଗୋଲ ସ୍କୋର କରିଛନ୍ତି। ୨୦୧୮ରେ ଅବସର ଘୋଷଣା କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories