www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଲି ମେଡିସିନ୍‌ ସେବା। କୋଭିଡ୍‌ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁ ନଥିବାବେଳେ ଡାକ୍ତରୀ ପରାମର୍ଶ ପାଇପାରୁ ନାହାନ୍ତି। ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିଛନ୍ତି ଟେଲି ମେଡିସିନ୍‌ ସେବା। ଏହା ଦ୍ୱାରା ରୋଗୀ ଫୋନ୍‌ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର ପାଇପାରିବେ। ଏହି ସେବା ପ୍ରଥମେ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ୍‌ କଲେଜ୍‌, ରାଉରକେଲାର ଆର୍‌ଜିଏଚ୍‌, ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍‌ପିଟାଲ୍‌, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଉପାଧ୍ୟୁତ୍ତର ଶିଶୁରୋଗ ପ୍ରତିଷ୍ଠା ଏହିପରି ମୋଟ ୪୧ଟି ସ୍ଥାନରେ ଆରମ୍ଭ ହୋଇଛି । ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ବଲାଙ୍ଗୀରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌, ବାଲେଶ୍ୱରର ଫକୀର ମୋହନ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଏହି ସେବା ବହିର୍ବିଭାଗ ସମୟ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମିଳିପାରିବ। ସେହିପରି କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ , ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌, ବୁର୍ଲାର ଭୀମ୍‌ସାର, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତ୍ତର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୍‌ ଉପାଧ୍ୟୁତ୍ତର ଶିଶୁରୋଗ ପ୍ରତିଷ୍ଠାନ ରେ ୨୪ ଘଣ୍ଟିଆ ଟେଲି ମେଡିସିନ୍‌ ସେବା ଉପଲବ୍ଧ ହେବ। ଏହି ଟେଲି ମେଡିସିନ୍‌ ସେବା ପାଇଁ ଓକାକ୍‌ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ୍‌ ସେଟ୍‌ ହିସାବରେ ମୋଟ ୮୨ଟି ସେଟ୍‌ ଯୋଗାଇ ଦିଆଯାଇଛି । ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ କେନ୍ଦ୍ରରେ ନିୟୋଜିତ ମୋବାଇଲ୍‌ ନଂର ଏକ ସାରଣୀ ଏଥି ସହ ସଂଲଗ୍ନ କରାଯାଇଛି।

- Advertisement -

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories