ପୁଣିଥରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କ ଉପରେ କଠୋର ଟିପ୍ପଣୀ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର ଏକ ସାଢ଼େ ୩ ମିନିଟର ଭିଡ଼ିଓରେ ସେ ପାଇଲଟଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କହିଛନ୍ତି ସରଳ ଦିଶୁଥିବା, ଭଲ ଇଂରାଜୀ-ହିନ୍ଦି କରି ଦେଶର ମିଡ଼ିଆକୁ ପ୍ରଭାବିତ କରିପାରୁଥିବା ଲୋକ ନିକମ୍ମା ଓ ନକରାତ୍ମକ ମନୋଭାବ ସମ୍ପନ୍ନ । ସେ କିଛି କରୁ ନ ଥିଲେ ଖାଲି ଲୋକଙ୍କୁ ନିଜନିଜ ମଧ୍ୟରେ ଲଢ଼ୋଉଥିଲେ । କିନ୍ତୁ ମୁଁ ବି ଏଠିକୁ ବାଇଗଣ, ପରିବା ବିକ୍ରି କରିବାକୁ ଆସିନାହିଁ । ମୁଁ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅଶୋକ ଗେହଲଟ ।
#WATCH Sachin Pilot ne jis roop mein khel khela vo bahut durbhagyapurna hai. Kisiko yakeen nahi hota ki yeh vyakti aisa kar sakta hai…maasoom chehra, Hindi English par achchi command aur pure desh ki media ko impress kar rakha hai: Rajasthan CM pic.twitter.com/gv51qOe66n
— ANI (@ANI) July 20, 2020
ରାଜସ୍ଥାନରେ ବିଧାୟକଙ୍କ କିଣାବିକା ପ୍ରସଙ୍ଗକୁ ନେଇ ଗେହଲଟ ପାଇଲଟଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ପାଇଲଟ ଅତ୍ୟନ୍ତ ନିମ୍ନମାନର ଖେଳ ଖେଳିଛନ୍ତି । ତାଙ୍କ ଉପରେ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କର ପୁରା ବିଶ୍ବାସ ଥିଲା, ମାତ୍ର ସେ ନିଜକୁ ସାବ୍ୟସ୍ତ କରିପାରିଲେ ନାହିଁ । ତାଙ୍କୁ କମ୍ ବୟସରେ କେନ୍ଦ୍ର ମନ୍ତ୍ରୀ ପଦ ଦିଆଯାଇଥିଲା, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । ଏତେ କମ୍ ସମୟରେ ଏତେ ଉପରକୁ ଉଠିବା ପରେ ସେ ଗତ ୬ ମାସ ହେଲା ବିଜେପି ସହ ମିଶି ଷଡ଼ଯନ୍ତ୍ର କରୁଥିଲେ ।
#WATCH Hum jaante the ki wo (Sachin Pilot) nikkamma hai, nakaara hai, kuch kaam nahi kar raha hai, khaali logon ko ladvaa raha hai…Main yahan baingan bechne nahi aaya hoon, main sabzi bechne nahi aaya hoon. Main CM ban'ne aaya hoon: Rajasthan CM Ashok Gehlot pic.twitter.com/VKicK8IRJP
— ANI (@ANI) July 20, 2020
ଗେହଲଟ କହିଛନ୍ତି ଗତ ୭ ବର୍ଷ ଧରି ଆମେ କେବେ ପିସିସି ସଭାପତି ବଦଳାଇବାକୁ ଦାବି କରି ନ ଥିଲୁ । ପାଇଲଟଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ କହି ନ ଥିଲୁ । କଂଗ୍ରେସ ତାଙ୍କୁ ରାଜ୍ୟ ଅଧ୍ୟକ୍ଷ ପଦରୁ ହଟାଇବାକୁ ଚାହୁଁଥିବା ଏକ ଖବର ଆପଣମାନେ କେବେ ପଢ଼ି ନ ଥିବେ । ଯଦିଓ ସେ ନିକମ୍ମା ଥିଲେ ଓ କିଛି କାମ କରୁ ନ ଥିଲେ, ତଥାପି ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦିଆଯାଇଥିଲା ।
ହରିଶ ସାଲଭେ ଓ ମୁକୁଳ ରୋହତଗୀ ୫୦ ଲକ୍ଷ ଟଙ୍କା ଲେଖାଏଁ ଫି ନେଉଛନ୍ତି । ପାଇଲଟ ଏତେ ଟଙ୍କା କେଉଁଠୁ ଦେଉଛନ୍ତି । ମୁଁ ପ୍ରଥମରୁ କହି ଆସୁଛି ସେ ଷଡ଼ଯନ୍ତ୍ର କରୁଛନ୍ତି । ମାତ୍ର କେହି ବିଶ୍ବାସ କରୁ ନ ଥିଲେ । ପ୍ରଥମେ ମାର୍ଚ ୧୦ ତାରିଖରେ ଷଡ଼ଯନ୍ତ୍ର ହୋଇଥିଲା, ୧୧ ମାର୍ଚରେ ସେ ମାନେସର ଯାଇଥିଲେ । ମୁମ୍ବାଇର କିଛି ବଡ଼ବଡ଼ କର୍ପୋରେଟ ହାଉସ ତାଙ୍କୁ ପାଣ୍ଠି ଯୋଗାଉଛନ୍ତି ।
ଗେହଲଟ କହିଛନ୍ତି ଯେ ପାଇଲଟ୍ ଲୁଚିଲୁଚି ଦିଲ୍ଲୀ ଯାଉଥିଲେ । ନିଜେ ଗାଡ଼ି ଚଳାଉଥିଲେ । ଏହି କାମ ବିଜେପି ନେତାମାନେ ମଧ୍ୟ କରୁଥିଲେ । ଗୁରୁଗାଓଁରେ ବିଧାୟକମାନଙ୍କୁ ବନ୍ଧକ ରଖାଯାଇଛି । ସେଠାରେ ତାଙ୍କ ମୋବାଇଲ ଛଡ଼େଇ ନିଆଯାଇଛି । ସେମାନେ କାନ୍ଦୁଛନ୍ତି । କେହିକେହି ୱେଟରଠାରୁ ଫୋନ ନେି କଥା ହୋଇଛନ୍ତି । ମାତ୍ର ଏଠି ଆମ ନେତାମାନେ ଖୋଲାଖୋଲି ବୁଲୁଛନ୍ତି ।
ଯେଉଁପରି ପୁରା ଖେଳ ଖେଳାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ ବି ଯୁବ ସାଥୀ, ସେ ଭବିଷ୍ୟତରେ କଂଗ୍ରେସ ପାଇଁ ସମ୍ବଳ ସାବ୍ୟସ୍ତ ହେବେ । ମାତ୍ର ସେ ଗୁରୁଗାଓଁର ହୋଟେଲରେ ଗୁଣ୍ଡା ଜଗାଇଛନ୍ତି । କାହାରିକୁ ବାହାରକୁ ଛାଡ଼ିବାକୁ ଦିଆଯାଉନାହିଁ ବୋଲି ଗେହଲଟ ଅଭିଯୋଗ କରିଛନ୍ତି ।



