www.samajalive.in
Saturday, December 6, 2025
26.1 C
Bhubaneswar

୨୨ରେ ଶପଥ ପାଠ, ଓଡିଶାରୁ ରାଜ୍ୟସଭାକୁ ୪ ନିର୍ବାଚିତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣଙ୍କ ସମେତ ସମୁଦାୟ ୬୧ ଜଣ ଆସନ୍ତା ଜୁଲାଇ ୨୨ରେ ସାଂସଦ ଭାବେ ଶପଥ ପାଠ କରିବେ ବୋଲି ଜଣାପଡ଼ିଛି। ତାଲିକାରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ (ମୁନା) ଓ ମମତା ମହନ୍ତ ଅଛନ୍ତି। ଶପଥ ଗ୍ରହଣ ତିଥି ସ୍ଥିର ହେବା ପରେ ଗତ ସାଢ଼େ ତିନି ମାସ ଧରି ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ରାଜ୍ୟସଭା ସଚିବାଳୟ ତରଫରୁ ଜାରି ସୂଚନା ଅନୁଯାୟୀ କରୋନା କଟକଣା ଯୋଗୁଁ ଶପଥ ନେଇ ପାରିନଥିବା ୨୦ଟି ରାଜ୍ୟର ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇବେ। ତେବେ ରାଜ୍ୟସଭା ଅଧିବେଶନ ସ୍ଥଗିତ ରହିଥିବାରୁ ଅଧ୍ୟକ୍ଷ ଶ୍ରୀ ନାଇଡ଼ୁଙ୍କ ଚ୍ୟାମ୍ବରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି ନବନିର୍ବାଚତ ସାଂସଦଙ୍କ ସହ ପରିବାରର ଜଣେ ସଦସ୍ୟଙ୍କୁ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ।

ଆସନ୍ତା ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଷୟରେ ସମସ୍ତ ନବନିର୍ବାଚିତଙ୍କୁ ରାଜ୍ୟସଭା ସଚିବାଳୟ ତରଫରୁ ଅବଗତ କରାଯାଇଛି। ଯେଉଁ ସଦସ୍ୟଗଣ କୌଣସି କାରଣରୁ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବେ ସେମାନଙ୍କୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ଶପଥ ପାଠ ପାଇଁ ସୁଯୋଗ ମିଳିବ। ନବନିର୍ବାଚିତ ସାଂସଦ ଦିଲ୍ଲୀ ପହଞ୍ଚିବା ପରେ ରାଜ୍ୟସଭା ସଚିବାଳୟ ତରଫରୁ ସେମାନଙ୍କ ରହଣି ଓ ପରିବହନ ବନ୍ଦୋବସ୍ତ କରାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories