www.samajalive.in
Monday, December 8, 2025
13.1 C
Bhubaneswar

ବଳି ଦେବା ଉଦ୍ଦେଶ୍ୟରେ ଦୁଇ ଶିଶୁଙ୍କୁ ଅପହରଣ ଉଦ୍ୟମ, ଜଣେ ଅଟକ

ଫୁଲବାଣୀ/ଖଜୁରିପଡ଼ା: ବଳି ଦେବା ଉଦ୍ଦେଶ୍ୟରେ ଶୁକ୍ରବାର ୨ ଜଣ ଶିଶୁଙ୍କୁ ଅପହରଣ ଉଦ୍ୟମ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ତାହା ପଣ୍ଡ ହୋଇଯାଇଥିବା ଜଣା ପଡିଛି। ଏନେଇ ଖଜୁରିପଡା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଥାନାଧିକାରୀ ରମାକାନ୍ତ ପାତ୍ରଙ୍କ ସୂଚନା ଅନୁଯାୟୀ, ଖଜୁରିପଡା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର ବୁରୁପଦା ଗ୍ରାମର ସୁରେନ୍ଦ୍ର କହଁରଙ୍କର ଏକ ନାବାଳକ ପୁଅ ଏବଂ ବିଷ୍ଣୁପ୍ରିୟା କହଁରଙ୍କ ଏକ ନାବାଳକ ପୁତ୍ର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ସେମାନଙ୍କୁ ଟେକି ନେଇ ଏକ କାରରେ ବସାଇ ନେଇ ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପିଲା ଦୁଇ ଜଣ ପାଟି କରିବାରୁ ନିକଟରେ ଥିବା ଗ୍ରାମବାସୀ ଆସି ଯିବାରୁ ସେମାନେ ପିଲା ଦୁଇ ଜଣଙ୍କୁ ଛାଡି ଚାଲି ଯାଇଥିଲେ। ଉକ୍ତ ଦୁଇ ବ୍ୟକ୍ତିଙ୍କ ସହ ପୂର୍ବରୁ ଗ୍ରାମର ଜଣେ ବ୍ୟକ୍ତି ବୁଲୁଥିବାର ଗ୍ରାମବାସୀ ଦେଖିଥିଲେ। ତେଣୁ ସେହି ଲୋକକୁ ଗ୍ରାମବାସୀ ଧରି ଜେରା କରିବାରୁ ଉକ୍ତ ଦୁଇ ବ୍ୟକ୍ତି ଶିଶୁ ଦୁଇ ଜଣଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ନେଉଥିଲେ ବୋଲି ସ୍ୱୀକାର କରିଥିଲୋ ଗ୍ରାମବାସୀମାନେ ଉକ୍ତ ବ୍ୟକ୍ତିକୁ ଗ୍ରାମରେ ଏକ ଗଛରେ ବାନ୍ଧି ରଖିବା ସହିତ ଘଟଣା ସମ୍ପର୍କରେ ଖଜୁରିପଡ଼ା ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ଉକ୍ତ ଗ୍ରାମରେ ପହଞ୍ଚିବା ପରେ ବାନ୍ଧି ରଖାଯାଇଥିବା ବ୍ୟକ୍ତିକୁ ଗ୍ରାମବାସୀମାନେ ପୁଲିସକୁ ହସ୍ତାନ୍ତର କରିବା ସହ ସୁରେନ୍ଦ୍ର ଓ ବିଷ୍ଣୁପ୍ରିୟା ମିଳିତ ଭାବେ ଥାନାରେ ଏନେଇ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୬୬ା୨୦ରେ ଏକ ମାମଲା ରୁଜୁ କରି ଉକ୍ତ ଲୋକକୁ ଅଟକ ରଖି ତଦନ୍ତ କରୁଥିବା ଥାନାଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories