www.samajalive.in
Monday, December 8, 2025
17.1 C
Bhubaneswar

ନେପାଳୀ ଯୁବକଙ୍କୁ ଲଣ୍ଡା କରି ‘ଜୟ ଶ୍ରୀରାମ’ ଲେଖିଲା ବିଶ୍ଵ ହିନ୍ଦୁ ସେନା

ବାରାଣସୀ: ଭଗବାନ ଶ୍ରୀରାମ ଏବଂ ଅଯୋଧ୍ୟା ଉପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟକୁ ଉତ୍ତରପ୍ରଦେଶରେ ଜୋରଦାର ବିରୋଧ କରାଯାଉଛି। ଏହି ଅବସରରେ ଭାରତରେ ରହୁଥିବା ନେପାଳୀ ନାଗରିକଙ୍କ ଉପରେ ଭାରତୀୟଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। କାଶୀରେ ବିଶ୍ଵ ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାମାନେ ଜଣେ ନେପାଳୀ ଯୁବକଙ୍କୁ ଲଣ୍ଡା କରି ତାଙ୍କ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଛନ୍ତି। ଏପରି କି ଯୁବକ ଜଣଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯିବା ସହିତ ଓଲିଙ୍କ ବିରୋଧରେ ନାରାବାଜି କରିବାକୁ ବାଧ୍ୟ କରାଯାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଲୋକମାନେ ଏହାକୁ ନିନ୍ଦା କରିଛନ୍ତି।

ଯୁବକଙ୍କ ଲଣ୍ଡା କରାଯିବା ସମୟର ଦୃଶ୍ୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସଂଗଠନର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ନେପାଳ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ଉପରେ କ୍ଷମାପ୍ରାର୍ଥନା ନ କଲେ ଏଭଳି କାର୍ଯ୍ୟ ଆଗକୁ ଜାରି ରହିବ। କାଶୀର ଯେଉଁ ଅଞ୍ଚଳରେ ନେପାଳୀ ନାଗରିକମାନେ ରହୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଚେତାବନୀପୂର୍ଣ୍ଣ ପୋଷ୍ଟର ଲଗାଯାଇଛି। ବିଶ୍ବ ହିନ୍ଦୁ ସେନାର ଅଧ୍ୟକ୍ଷ ଅରୁଣ ପାଠକ କୁହନ୍ତି, ଓଲିଙ୍କ ମନ୍ତବ୍ୟ ନିନ୍ଦନୀୟ। ସେ ଜାଣିଛନ୍ତି ଅଯୋଧ୍ୟା କେଉଁଠି ଅଛି। କିନ୍ତ ସେ ଚୀନ ଇସାରାରେ ନାଚିବା ସହିତ ଭାରତ ବିରୋଧରେ ଘୃଣ୍ୟ ପଦକ୍ଷେପ ନେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories