www.samajalive.in
Tuesday, December 9, 2025
17.1 C
Bhubaneswar

ମୌର୍ଯ୍ୟ ରେସିଡେନ୍ସି ଅଞ୍ଚଳରେ ଲାଗିଲା ୧୪୪ ଧାରା

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅର୍ନ୍ତଗତ ‘ମୌର୍ଯ୍ୟ ରେସିଡେନ୍ସି’ ଆପାର୍ଟମେଣ୍ଟ ଅଞ୍ଚଳରେ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି। ଉପ ଜିଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ବୁଧବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସମ୍ବଲପୁରବାସୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କାଇଁଶିର ମୌଜା ଅର୍ନ୍ତଗତ ‘ମୌର୍ଯ୍ୟ ରେସିଡେନ୍ସି’ ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି।

ଏହି ସମୟରେ ମଧ୍ୟରେ କେବଳ ଚିକିତ୍ସା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ବ୍ୟତିତ ବାକି ସବୁ ବ୍ୟବସ୍ଥା ଅଞ୍ଚଳରେ ବନ୍ଦ ରହିବ। ପ୍ରତିବନ୍ଧିତ ଅଞ୍ଚଳକୁ କେହି ଯାଇ ପାରିବେ ନାହିଁ। ୧୪୪ ଧାରା ଲାଗୁ ସମୟରେ ମାଜିଷ୍ଟ୍ରେଟ ଓ ଥାନାଧିକାରୀଙ୍କୁ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିବେ ଏବଂ ଉଲ୍ଲଂଘନକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ମୁଖ୍ୟ ସହରର କୌଣସି ଅଞ୍ଚଳରେ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଏଭଳି ପଦକ୍ଷେପ ପ୍ରଶାସନ ଗ୍ରହଣ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories