www.samajalive.in
Tuesday, December 9, 2025
17.1 C
Bhubaneswar

ନବବିବାହିତା କନ୍ୟାଙ୍କ ପାଇଁ ଆସିଲା ମାସ୍କ-କମ୍ – ସୁନା ହାର : ବଜାରରେ ବୃଦ୍ଧି ପାଉଛି ଚାହିଦା

ପୁଣେ : କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବଜାରରେ ଭିନ୍ନ ଭିନ୍ନ ମାସ୍କ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ବିବାହ କରୁଥିବା ଦମ୍ପତିଙ୍କ ପାଇଁ ଏହି ମାସ୍କ କିଛି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି।
ପୁଣେରେ ଥିବା ଜଣେ ସୁନା ଦୋକାନୀ ଜଣେ କନ୍ୟାଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁନାର ମାସ୍କ ତିଆରି କରିଛନ୍ତି। ୧୨୪ ଗ୍ରାମରେ ପ୍ରସ୍ତୁତ ଏହି ସୁନାର ମାସ୍କ ଦାମ ୬.୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହାକୁ ଉଭୟ ହାର ଓ ମାସ୍କ ଭାବେ ବ୍ୟବହାର କରି ହେବ। ଏହି ହାର ମାସ୍କ ଉପରେ ଏନ-୯୫ ମାସ୍କକୁ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ସିଲାଇ କରାଯାଇଛି। ମାସ୍କଟିକୁ ୨୫ ଦିନରେ ଧୋଇ ବ୍ୟବହାର କରିହେବ।
ଏହି ମାସ୍କର ସ୍ୱତନ୍ତ୍ରତା ହେଉଛି ମାସ୍କଟିକୁ ବ୍ୟବହାର କରିବା ପରେ ହାରଟିକୁ ଅନ୍ୟ ଏକ ମାସ୍କ ଉପରେ ପୁନଶ୍ଚ ସିଲାଇ କରି ପିନ୍ଧାଯାଇପାରିବ। ଏହି ହାର ମାସ୍କଟିକୁ ପ୍ରସ୍ତୁତ କରିବାକୁ ୨ ରୁ ୩ ସପ୍ତାହ ସମୟ ଲାଗିଥିଲା।
ଦୋକାନୀଙ୍କ ମତାନୁଯାୟୀ, ବିବାହ ଭଳି ଉତ୍ସବରେ ସଭିଁଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ତେଣୁ ବର ଓ କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ମାସ୍କ ପ୍ରସ୍ତୁତ ହେଉଛି। ସେହି ମାସ୍କ ଗୁଡ଼ିକୁ ସଭିଏଁ ବେଶ ପସନ୍ଦ ମଧ୍ୟ କରୁଛନ୍ତି। ଦିନକୁ ଦିନ ଏଭଳି ମାସ୍କର ଚାହିଦା ବଢୁଛି।
ଅନ୍ୟ ସମୟରେ ଏହି ମାସ୍କ ହାରକୁ କେବଳ ହାର ଭାବେ ମଧ୍ୟ ପିନ୍ଧି ହେବ।ମହିଳାଙ୍କ ବ୍ୟତୀତ ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ମାସ୍କ ପ୍ରସ୍ତୁତ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories