www.samajalive.in
Monday, December 8, 2025
27.1 C
Bhubaneswar

ଆଜି ୬ ଜିଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର : ଆଗାମୀ କିଛିଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତକାଲି ୧୦ରୁ ଅଧିକ ଜିଲାରେ ବେଶ୍ ଭଲ ବର୍ଷା ହୋଇଥିବା ବେଳେ ଚାରିଟି ଜିଲାରେ ପ୍ରବଳ ବର୍ଷିଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ୬ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପୁରୀ ଗଞ୍ଜାମ,ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ କଟକ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହ ଏହି ସବୁ ଜିଲାରେ ବଜ୍ରପାତ ହୋଇପାରେ। ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଥିବାରୁ ପୁରୀ ଗଞ୍ଜାମ,ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ କଟକ ଜିଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସେହିଭଳି ଗତ ୨୪ ଘଣ୍ଟା ଭିତରେ ବୌଦ୍ଧରେ ସର୍ବାଧିକ ୧୨୫ ମିମି ବର୍ଷା ହୋଇଛି। ବୁଧବାର ୧୦ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ନୂଆପଡ଼ା, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମାଲକାନଗିରି ଜିଲାରେ ବର୍ଷା ହେବ। ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ଗତକାଲି ସଂଧ୍ୟା ସୁଦ୍ଧା ତାଳଚେରରେ ୯୫ ମିଲି ମିଟର, ହୀରାକୁଦରେ ୭୨.୨ ମିମି, ପାରାଦ୍ବୀପରେ ୬୪.୯ ମିମି, ସମ୍ବଲପୁରରେ ୫୧ ମିମି, କେନ୍ଦୁଝର ଓ ସୋନପୁରରେ ୪୩ ମିମି, ଅନୁଗୋଳରେ ୩୯.୮ ମିମି, ବାଲେଶ୍ବରରେ ୨୮.୨ ମିମି, ଫୁଲବାଣୀରେ ୨୭.୪ ମିମି, ଝାରସୁଗୁଡ଼ାରେ ୧୬.୭ ମିମି ବର୍ଷା ହୋଇଥିବା ଜଣାଯାଇଛି। ଆସନ୍ତାକାଲି ପାଗ ମେଘୁଆ ରହିବା ସହ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଏହି ସମୟରେ ତାପମାତ୍ରା ୩୦ରୁ ୨୫ ଡିଗ୍ରୀ ସେଲସିୟସ୍ ମଧ୍ୟ​‌ ରହିବ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories