www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ

ଆଳି :  ସଙ୍ଗରୋଧ କେନ୍ଦ୍ରକୁ କରୋନା ଯୋଦ୍ଧା ସାଜି ପ୍ରବାସୀଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ବନ୍ଧୁକ ଦେଖାଇବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଆଳି ଥାନା ଅନ୍ତର୍ଗତ ପତ୍ରପୁର ସଙ୍ଗରୋଧ କେନ୍ଦ୍ରକୁ ମଙ୍ଗଳବାର ପ୍ରବାସୀଙ୍କ ନମୁନା ସଂଗ୍ରହ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‍ ଯାଇଥିଲେ । ସେମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବନ୍ଧୁକ ଦେଖାଇବା ଅଭିଯୋଗରେ ପୁଲିସ ପତ୍ରପୁର ଗ୍ରାମର ବିଶ୍ୱରଞ୍ଜନ ପରିଡ଼ା(୩୮)କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା କହିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗର ମାଇକ୍ରୋଲୋଜିଷ୍ଟ ସୁଧାଂଶୁବାଳା ଲେଙ୍କାଙ୍କ ନେତୃତ୍ୱରେ ଡ଼ାଟା ଏଣ୍ଟ୍ରି ଅପରେଟର ଜଗନ୍ନାଥ ରାୟଙ୍କ ସହ ଏକ ଟିମ୍‍ ଗୋପାଳପୁର ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରକୁ ପ୍ରବାସୀଙ୍କ ରକ୍ତ ନମୁନା ଓ ସ୍ୱାବ ସଂଗ୍ରହ କରିବାକୁ ଯାଇଥିଲେ। ସ୍ୱାବ ସଂଗ୍ରହ କରିସାରିବା ପରେ ପ୍ରବାସୀଙ୍କ ପାଇଁ ଖାଦ୍ୟ କ’ଣ ପ୍ରସ୍ତୁତ ହୋଇଛି ବୋଲି ପଚାରିବାରୁ ସେଠାରେ ଉପସ୍ଥିତ ଥିବା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକଙ୍କ ଭାଇ ବିଶ୍ୱରଞ୍ଜନ ପରିଡ଼ାଙ୍କ ସହ ସ୍ୱାବ ସଂଗ୍ରହ ପାଇଁ ଯାଇଥିବା ଟିମ୍‍ଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଓ ଏଥିରେ ଉତ୍‍କ୍ଷିପ୍ତ ହୋଇ ବିଶ୍ୱରଞ୍ଜନ ଏହି ଟିମ୍‍କୁ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ମାଇକ୍ରୋଲୋଜିଷ୍ଟ ସୁଧାଂଶୁବାଳା ଲେଙ୍କା ଆଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଶ୍ୱରଞ୍ଜନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଛି। ଏନେଇ ଆଳି ଥାନା ଆଇଆଇସି ସଲିଳ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories