www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଭୟରେ ଆସୁନାହାନ୍ତି ଯାତ୍ରୀ, ୧୪ ହଜାରରୁ ଗଡୁଛି ୧୦ଟି ବସ୍

ଭୁବନେଶ୍ବର : ରାଜ୍ୟରେ ଯାତ୍ରୀବାହୀ ବସ୍ ସେବା ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସିଗଲାଣି। ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ ସ୍ବଳ୍ପ ସଂଖ୍ୟକ ବସ୍ ଚଳାଚଳ ଆରମ୍ଭ କରିଥିଲା। କିନ୍ତୁ ଏବେ ତାହା ଦୁଇ ଅଙ୍କ ତଳକୁ ଖସି ଗଲାଣି। ଗୋଟିଏ ପଟେ ଯାତ୍ରୀ ମିଳୁ ନଥିବା ବେଳେ ଅନ୍ୟପଟେ କିଛି ଜିଲା ପ୍ରଶାସନ ଆଗୁଆ ସୂଚନା ନଦେଇ ହଠାତ୍ ସଟ୍‌ ଡାଉନ୍ ଘୋଷଣା କରିବା ଦ୍ବାରା ବସ୍‌ ଯାତ୍ରୀ ଦୁର୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମାର୍ଚ୍ଚ ମାସ ୨୨ ତାରିଖରେ ଜନତା କର୍ଫ୍ୟୁ ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଥିଲା। ଫଳରେ ୧୪ ହଜାର ବସ୍ ଅଟକି ରହିଥିଲା। ପରେ ଲକ୍ ଡାଉନ୍ କଟକଣା ସାମନ୍ୟ କୋହଳ ହେବା ପରେ ମେ’ ମାସ ୨୮ ତାରିଖରୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା। ଜୁନ୍ ମାସ ବେଳକୁ ପ୍ରାୟ ୭୦୦ ବସ୍ ଚଳାଚଳ କରିଥିଲା। ଅଧିକାଂଶ ବସ୍ ଭୁବନେଶ୍ବରରୁ ଗଞ୍ଜାମ ଜିଲାକୁ ଚଳାଚଳ କରିଥିଲା। କିନ୍ତୁ ବସ୍‌ରେ ସିଟ୍ ଖାଲି ପଡ଼ୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ମିଳିନଥିଲେ। ଲଗାତାର କ୍ଷତି ସହିବା କାରଣରୁ ବସ୍ ସଂଖ୍ୟା କମିବାରେ ଲାଗିଲା। ଲଗାତାର ଡିଜେଲ ମୂଲ୍ୟ ବୃଦ୍ଧି ହେଉଥିବା ବେଳେ କର୍ମଚାରୀଙ୍କ ବେତନ ଓ ଅନ୍ୟ ଖର୍ଚ୍ଚ ବହନ କରିବା ସମ୍ଭବ ହେଉ ନାହିଁ ବୋଲି ବସ୍ ମାଲିକମାନେ ଦର୍ଶାଇଛନ୍ତି। ଯେଉଁଠି ଦୈନିକ ୭୦ ବସ୍ ଚଳାଚଳ କରୁଥିଲା ସେଠି ଏବେ ୭/୮ ଖଣ୍ଡ ବସ୍ ଗଡ଼ୁ ନାହିଁ।

- Advertisement -

ସଂକ୍ରମଣ ଭୟରେ ଅତି ଜରୁରୀ ନହେଲେ ଲୋକେ ବସ୍‌ରେ ଯାତ୍ରା କରୁ ନାହାନ୍ତି ବରଂ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରେ ସେମାନେ ନିର୍ଭର କରୁଛନ୍ତି। ରବିବାର ଭୁବନେଶ୍ବର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ବିଭିନ୍ନ ଜିଲାକୁ ମାତ୍ର ୧୦ ଖଣ୍ଡ ବସ୍ ଗଡ଼ିଥିବା ବେଳେ ଆଜି ଏହି ସଂଖ୍ୟା କମିଛି। ଯାତ୍ରୀ ପରିବହନ ସ୍ବାଭାବିକ ହେଉନଥିବାରୁ ଏବେ ରାଜ୍ୟର ୧୨ ହଜାର ବସ୍ ମାଲିକ ଓ ୫୬ ହଜାର କର୍ମଚାରୀଙ୍କ ପରିବାର ଏବେ ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଚାହିଁ ବସିଛନ୍ତି। କିଛି କର୍ମଚାରୀ ଛୋଟ ମୋଟ ବ୍ୟବସାୟକୁ ଆପଣେଇ ନେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଜୁନ୍ ମାସରେ ପ୍ରତିଟି ବସ୍ ଚଳାଇବା ପାଇଁ ଦୈନିକ ୮ ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିଛି। ତିନିମାସ ପାଇଁ ସରକାର ଟିକସ ଛାଡ଼ କରିଥିବା ବେଳେ ପ୍ରକୃତପକ୍ଷେ କେବଳ ଜୁନ୍ ମାସ ପାଇଁ ଟିକସ ଛାଡ଼ କରାଯାଇଛି। ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବା ବେଳେ ବିପୁଳ କ୍ଷତି ସହି ବସ୍ ଚଳାଇବା ଆଉ ସମ୍ଭବ ହେଉଁ ନାହିଁ। ତେଣୁ କୌଣସି ମୁହୂର୍ତ୍ତରେ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଶ୍ରୀ ନାୟକ କହିଛନ୍ତି

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories