www.samajalive.in
Sunday, December 7, 2025
15.1 C
Bhubaneswar

ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ: ସତ୍ୟଜିତ୍ ମହାନ୍ତି ଅଗ୍ନିଶମ ମହାନିର୍ଦେଶକ, ରାଧାକୃଷ୍ଣ ଶର୍ମା ଗୁଇନ୍ଦା ନିର୍ଦେଶକ

ଭୁବନେଶ୍ବର : ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ଜିଲାର ଏସପିଙ୍କ ସହ କଟକ- ଭୁବନେଶ୍ବରର ପାଇଁ ନୂଆ ଡିସିପି ମଧ୍ୟ ନିଯୁକ୍ତ ହୋଇଛନ୍ତି। ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କନ୍ଧମାଳ ଏସପି  ପ୍ରତୀକ ସିଂହଙ୍କୁ କଟକ ଡିସିପି ଭାବେ ଦାୟିତ୍ବ ମିଳିଛି।

ସେହିପରି ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି।  ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ମିଳିଛି। ସେହପରି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି। ନୂଆପଡା ଏସପି ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି। ଦେବଗଡ ଏସପି ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ନିଯୁକ୍ତି ମିଳିଛି। ସିଆଇଡି,ସିବି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଗଜପତି ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ପୁଲିସ ମୁଖ୍ୟାଳୟ ଏଆଇଜି ଏସ.ସି ଜମାଦାରଙ୍କୁ ଦେବଗଡ ଏସପି ଭାବେ ନିଯୁକ୍ତି ମିଳିଛି।

- Advertisement -

ଏମ. ଅକ୍ଷୟ ଙ୍କୁ ପିଓଏଚ ଆଣ୍ଡ ଡବ୍ଲ୍ୟୁସିର ସିଏମଡି ଭାବେ ନିଯୁକ୍ତି ମିଳିଥିବା ବେଳେ ସତ୍ୟଜିତ ମହାନ୍ତି ହେଲେ ଜିଡି ଏଫଏସ ଆଣ୍ଡ୍ ସିଜି, ଏଚଜି । ସେହିଭଳି ଲଳିତ ଦାସ ଏଡିଜି କମ୍ୟୁନିକେସନ ଭାବେ ନିଯୁକ୍ତ ପାଇଛନ୍ତି । ରାଧାକୃଷ୍ଣ ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଂଚ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ଆଇନ ଶୃଙ୍ଖଳାର ଆଇଜି ପଦ ପାଇଛନ୍ତି ପ୍ରବୀଣ କୁମାର । ଅନୁପ କୁମାର ସାହୁ ଗୁଇନ୍ଦା ବିଭାଗ ଡିଆଇଜି ହୋଇଛନ୍ତି । ସାର୍ଥକ ଷଡଙ୍ଗୀ କ୍ରାଇମବ୍ରାଂଚ ଏସପି ହୋଇଛନ୍ତି । ଅନ୍ୟପଟେ ପୁରୀ ଏସପି ଭାବେ ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇଛି । ଗଜପତି ଏସପି ଶାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories