www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ କୋଭିଡ୍‌ ହସ୍‌ପିଟାଲ୍‌ଗୁଡ଼ିକରେ ଉପଲବ୍ଧ ବିବିଧ ସୁବିଧାଗୁଡ଼ିକ କିପରି ରହିଛି ତାହା ପଚାରି ବୁଝିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିୟମିତ ଭାବରେ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କ ସହିତ ନିୟମିତ ସମ୍ପର୍କ ରକ୍ଷା କରି ‘ମୋ ସରକାର’ କାର୍ଯ୍ୟକ୍ରମର ଅଂଶ ଭାବରେ ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନୀଳଗିରି ବିଧାୟକ ଏବଂ ସାଲେପୁର ବିଧାୟକଙ୍କ ସହିତ କଥାବାର୍ତ୍ତା କରିଥିଲେ। ମୁଖ୍ୟମନ୍ତ୍ରୀ ସେ ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କୋଭିଡ୍‌ ଯୋଦ୍ଧାମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇ ସେମାନଙ୍କ ସୁସ୍ଥତା ସଂପର୍କରେ ପଚାରି ବୁଝିଥିଲେ। ସେମାନଙ୍କର ମହତ ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ସବୁମତେ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା କୋଭିଡ୍‌ ରୋଗୀମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଉପଲବ୍ଧ ବିବିଧ ସୁବିଧାଗୁଡ଼ିକ ଉପରେ ପଚାରି ବୁଝିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନିୟମିତ ଭାବରେ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କ ସହିତ ନିୟମିତ ସମ୍ପର୍କ ରକ୍ଷା କରି ‘ମୋ ସରକାର’ କାର୍ଯ୍ୟକ୍ରମର ଅଂଶ ଭାବରେ ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories