www.samajalive.in
Monday, December 8, 2025
17.1 C
Bhubaneswar

ଭାରତୀୟ ଦଳରୁ ବାଦ୍‍ପଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗାଙ୍ଗୁଲି

କଲକାତା : ୨୦୦୫ରେ ତାଙ୍କୁ ଜାତୀୟ ଦଳରୁ ବାଦ୍‍ଦେବା ପ୍ରସଙ୍ଗରେ ଶୁକ୍ରବାର ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଏହା ତାଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ଥିଲା। ଏପରି ନିଷ୍ପତ୍ତି ତାଙ୍କଠାରୁ ଦେଶକୁ ୨୦୦୭ ବିଶ୍ୱକପ୍‍ ଜିତାଇବାର ସ୍ୱପ୍ନକୁ ମଧ୍ୟ ଛଡ଼ାଇ ନେଇଥିଲା। ସୂଚନାଯୋଗ୍ୟ; ୨୦୦୫ର ମଧ୍ୟଭାଗରେ ଏବଂ ୨୦୦୬ ପ୍ରାରମ୍ଭରୁ ଗାଙ୍ଗୁଲିଙ୍କୁ ଭାରତୀୟ ଦଳରୁ ବାଦ୍‍ ଦେଇଥିଲା ତତ୍କାଳୀନ ବିସିସିଆଇ ସିନିୟର ମନୋନୟନ କମିଟି। ଏହାକୁ ନେଇ ସେତେବେଳେ ବେଶ୍‍ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
୧୫ ବର୍ଷ ତଳର ଉକ୍ତ ଘଟଣା ବିଷୟରେ ମନେପକାଇ ବର୍ତ୍ତମାନ ବିସିସିଆଇର ସଭାପତି ଥିବା ସୌରଭ ଗାଙ୍ଗୁଲି କହିଛନ୍ତି, ମୋ କ୍ରିକେଟ୍‍ ଜୀବନରେ ଏହା ସବୁଠାରୁ ବଡ଼ ଧକ୍କା ଥିଲା। ମୋ ପ୍ରତି ଏହା ଅତ୍ୟନ୍ତ ଅନ୍ୟାୟ ଥିଲା। ଏହା ସତ ଯେ ସର୍ବଦା ତୁମକୁ ଯେ ନ୍ୟାୟ ମିଳିବ; ଏହା ଆଶାକରିବା ବୃଥା। ତେବେ ମୋ ପ୍ରତି ସେମାନେ ଯେପରି ଆଚରଣ ଦେଖାଇଲେ; ତାହାକୁ ଏଡ଼ାଇ ଦିଆ ଯାଇ ପାରିଥାଆନ୍ତା। ଜିମ୍ବାୱେ ଗସ୍ତରେ ମୁଁ ଦଳର ଅଧିନାୟକ ଥିଲି ଏବଂ ଆମ ଦଳ ସିରିଜ୍‍ ଜିତିଥିଲା। ସ୍ୱଦେଶ ଫେରିବା ପରେ ସେମାନେ ମୋତେ ଦଳରୁ ବାଦ୍‍ ଦେଇଥିଲେ। ଭାରତକୁ ୨୦୦୭ ବିଶ୍ୱକପ୍‍ ଜିତାଇବାର ସ୍ୱପ୍ନ ରଖି ଖେଳି ଚାଲିଥିଲି। କାରଣ ପୂର୍ବ ବିଶ୍ୱକପ୍‍ର ଫାଇନାଲରେ ଆମେ ପରାସ୍ତ ହୋଇଥିଲୁ। ଦେଶ ହେଉ ବା ବିଦେଶ; ମୋ ନେତୃତ୍ୱରେ ସେତେବେଳେ ୫ ବର୍ଷ ଧରି ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ତଥାପି ହଠାତ୍‍ ମୋତେ କାହିଁକି ଦଳରୁ ବାଦ୍‍ ଦିଆଗଲା? ପ୍ରଥମେ ସେମାନେ ମୋତେ ଦିନିକିଆ ଦଳରୁ ବାଦ୍‍ଦେଲେ। ପରେ ଟେଷ୍ଟ ଦଳରୁ ବି ବିଦା କରିଦେଲେ! ସେତେବେଳେ ଗାଙ୍ଗୁଲିଙ୍କ ସମର୍ଥକ ଏଥିପାଇଁ ଦଳର ପ୍ରଶିକ୍ଷକ ଅଷ୍ଟ୍ରେଲୀୟ ଗ୍ରେଗ୍‍ ଚାପେଲ୍‍ଙ୍କୁ ଦାୟୀକରି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହା ବିଷୟରେ ଗାଙ୍ଗୁଲି କହିଛନ୍ତି, ଚାପେଲ୍‍ଙ୍କୁ କେବଳ ଦୋଷ ଦେଉନାହିଁ। ତେବେ ଏହା ନିଃସନ୍ଦେହ ଯେ ମୋତେ ଦଳରୁ ବାଦ୍‍ଦେବାର ଉଦ୍ୟମ ଚାପେଲ ହିଁ ଆରମ୍ଭ କରିଥିଲେ। ହଠାତ୍‍ ଚାପେଲ୍‍ ବୋର୍ଡକୁ ମୋ ବିରୋଧରେ ଏକ ଇ-ମେଲ୍‍ ପଠାଇଥିଲେ; ଯାହା ପଦାକୁ ଆସିଥିଲା ଏବଂ ସମସ୍ତେ ଏହା ଜାଣି ପାରିଥିଲେ। ଏପରି କ’ଣ ହୋଇଥାଏ? କ୍ରିକେଟ୍‍ ଦଳର ଏକ ପରିବାର ପରି। ମତଭେଦ ଓ ଭୁଲ୍‍ ବୁଝାମଣା ପରିବାରରେ ରହିଥାଏ ଏବଂ ଆଲୋଚନା ଦ୍ୱାରା ଏହାର ସମାଧାନ କରା ଯାଇଥାଏ। ଗାଙ୍ଗୁଲି ଆହୁରି କହିଛନ୍ତି, ଏହି ମାମଲାରେ ଗ୍ରେଗ୍‍ ଚାପେଲ୍‍ ଏକା ଦୋଷୀ ନଥିଲେ। ଅନ୍ୟମାନେ ମଧ୍ୟ ଦାୟୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories