www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାଇବୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ଆଜି

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ଟ୍ରାଇବୁନାଲରେ ମାମଲାର ଶୁଣାଣି ପୂର୍ବରୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଇସ୍ୟୁ ଫ୍ରେମ ପାଇଁ ଜୋର ଦିଆଯାଇଛି। ଆଜି ଇ-ମେଲ ମାଧ୍ୟମରେ ଓଡ଼ିଶା ଓ ଛତିଶଗଡ଼ ତରଫରୁ ଜଣାଇ ଦିଆଯାଇଛି ଯେ ଟ୍ରାଇବୁନାଲଙ୍କ ପୂର୍ବ ନିର୍ଦେଶମତେ ଅନୁଷ୍ଠିତ ବୈଠକରେ ପ୍ରସଙ୍ଗ (ଇସ୍ୟୁ) ନିର୍ଦ୍ଧାରଣ ବାବଦରେ କୌଣସି ସହମତି ହୋଇପାରି ନାହିଁ। ଏଣିକି ଟ୍ରାଇବୁନାଲ ମାମଲାର ବିଚାର କରି ଜଳ ବିବାଦ ପ୍ରସଙ୍ଗ ନିର୍ଦ୍ଧାରଣ କରିବାକୁ ଇ-ମେଲରେ ଅନୁରୋଧ କରାଯାଇଛି। ଶନିବାର ଭିଡିଓ କନଫରେନ୍‌ସିଂ ଜରିଆରେ ପ୍ରସ୍ତାବିତ ଟ୍ରାଇବୁନାଲ ଶୁଣାଣିରେ ଉଭୟ ରାଜ୍ୟ ସରକାର ଇସ୍ୟୁ ଫ୍ରେମ ପାଇଁ ଯୁକ୍ତି ଉପସ୍ଥାପନା କରିବା ସମ୍ଭାବନା ରହିଛି। ସେହିଭଳି ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ର ଧାରା ୯ ଅନୁଯାୟୀ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଓ ଭାରତୀୟ ପାଣିପାଗ ବିଭାଗ ଠାରୁ ତଥ୍ୟ ମଗାଯିବ କି ନାହିଁ ଛତିଶଗଡ଼ ସରକାରଙ୍କ ତରଫରୁ ଆଗତ ଦୁଇଟି ଆବେଦନ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଆଗତ ଗୋଟିଏ ଆବେଦନର ବିଚାର କରିବେ ଟ୍ରାଇବୁନାଲ। ଏହି ମାମଲାରେ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ପାଖରେ ଉପଲବ୍ଧ ରହିଛି ବୋଲି ଉଭୟ ସରକାର ଟ୍ରାଇବୁନାଲଙ୍କୁ ଆବେଦନ ଜରିଆରେ ଜଣାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories