www.samajalive.in
Monday, December 8, 2025
24.1 C
Bhubaneswar

ରାଞ୍ଚି-ବିଜୟୱାଡା ରାଜପଥରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ, ପଥଚାରୀ ଗୁରୁତର

ଦେବଗଡ:ଦେବଗଡ ଥାନା ଅନ୍ତର୍ଗତ ଦୁଗୁଡା ନିକଟସ୍ଥ କମଳାବଗିଚା ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ରାଜପଥରେ ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ଦେବଗଡ ପୌରାଞ୍ଚଳର ପୁରୁଣାଗଡର ସୁରଜ ବାଘ(୨୪) ନାମକ ଜଣେ ଯୁବକ ଏକ ବାଇକ( ନଂ-ଓଆର-୧୬-ଏ-୪୨୬୮) ଯୋଗେ ସୁଗୁଡା ପଟୁ ଦେବଗଡ ଅଭିମୁଖେ ଆସୁଥିବା ବେଳେ କମଳା ବଗିଚା ନିକଟସ୍ଥ ରାଞ୍ଚି-ବିଜୟୱାଡା ରାଜପଥରେ ଭାରସାମ୍ୟ ହରାଇ ଚାଲିଚାଲି ନିଜ ଘରକୁ ଯାଉଥିବା ଝସକେତନ ନାୟକ(୫୪) ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ରାସ୍ତା ଉପରକୁ ବାଇକ ସହ ଛିଟିକି ପଡିଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ଶ୍ରାବ ହେବାସହ ଘଟଣା ସ୍ଥଳରେ ସୁରଜଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପଥଚାରୀ ଝସକେତନ ବାଇକ ଧକ୍କାରେ ଗୁରତର ଆହତ ହୋଇ ରାସ୍ତାକୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଝସକେତନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥିସହ ସୁରଜଙ୍କୁ ମଧ୍ୟ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବାସହ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ସୁରଜଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories