www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ ପ୍ରଥମେ ପ୍ରସ୍ତୁତ କରିବ କରୋନା ଟିକା : ଆଇସିଏମଆର

ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତିର ଗତିକୁ ତ୍ବରାନ୍ବିତ କରିଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ସୁଦ୍ଧା ଏହାକୁ ପ୍ରସ୍ତୁତ କରାଯିବ। ଏଥିପାଇଁ ୭ ଜୁଲାଇ(ଆସନ୍ତା ମଙ୍ଗଳବାର)ଠାରୁ ମାନବ ପରୀକ୍ଷଣ ଲାଗି ପଞ୍ଜିକରଣ (ଏନ୍‌ରୋଲମେଣ୍ଟ) ଆରମ୍ଭ କରାଯିବ। ମାନବ ପରୀକ୍ଷଣରେ ଏହା ସଫଳ ହେବ ବୋଲି ଆଇସିଏମଆର ବିଶେଷ ଆଶାବାଦୀ ରହିଛନ୍ତି। ଖୁବ୍‌ଶୀଘ୍ର ଏହାକୁ କୋଡିଭ୍‌ ବିରୋଧରେ ପ୍ରୟୋଗ କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିକାକୁ ନେଇ ହୋଇଥିବା ପ୍ରାୟ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇସାରିଛି ଓ ଆଶାନୁରୂପ ଫଳ ଆସିଥିବା ଆଇସିଏମଆର
ସୂଚନା ଦେଇଛି। ଭାରତ ବାଓଟେକ୍ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଉଛି। ଭାରତ ହିଁ ପ୍ରଥମେ କରୋନା ଟିକା ବଜାରକୁ ଆଣିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୫ ସ୍ବାଧୀନତା ଦିବସ ସୁଦ୍ଧା କରୋନା ଟିକା ପ୍ରସ୍ତୁତ କରିବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ଏହି ଟିକା ୨୦୨୧ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ରବିବାର ମନ୍ତବ୍ୟ ରଖିଥିଲା। ପରେ ଏନେଇ ବିତର୍କ ଆରମ୍ଭ ହେବା ପରେ ମନ୍ତ୍ରଣାଳୟ ତା’ର ବିବୃତିକୁ ପ୍ରତ୍ୟାହାର କରିନେଇଛି। ଟିକା ପ୍ରସ୍ତୁତ ହେଲେ ସୁଦ୍ଧା ୨୦୨୧ ସୁଦ୍ଧା ଏହାର ବ୍ୟାପକ ଉପଯୋଗ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଥିଲା; ମାତ୍ର ଜୀବନ ସୁରକ୍ଷା ଲାଗି ଟିକା ପ୍ରସ୍ତୁତିର ସମୟକୁ କୌଣସି ପରିସ୍ଥିତିରେ ମନ୍ଥର କରାଯାଇପାରିବନି ବୋଲି ଆଇସିଏମଆର ସ୍ପଷ୍ଟ କରିଛି।
ମନ୍ତ୍ରଣାଳୟ ସୂଚନା ଅନୁସାରେ କୌଣସି ଟିକା ବିକଶିତ କରିବା ଲାଗି ଅତିକମ୍‌ରେ ଅଢେଇ ବର୍ଷ ସମୟ ଲାଗିଥାଏ। ପ୍ରସ୍ତୁତି ପ୍ରକ୍ରିୟା ଦ୍ରୁତ କଲେ ମଧ୍ୟ କ୍ଲିନିକାଲ ପରୀକ୍ଷା, ଡାଟା ଟେଷ୍ଟିଂ, ଔଷଧର ସଠିକତା ଏବଂ ପ୍ରଭାବ ସମ୍ବନ୍ଧୀୟ ଯାଞ୍ଚ ପ୍ରଭୃତି ପାଇଁ ୮ ମାସରୁ ଏକ ବର୍ଷ ସମୟ ଲାଗିଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଇସିଏମଆର ଓ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଭିରୋଲୋଜି ସହାୟତାରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ବିବିଭି୧୫୨ ବା କୋଭାକ୍ସିନର ପରୀକ୍ଷା ଜୁଲାଇ ୭ରୁ ଆରମ୍ଭ ହୋଇ ଏହି ସବୁ ପ୍ରକ୍ରିୟା ଦେଇ ଗତି କରିବ। ବିଶ୍ବସ୍ତରୀୟ ଅନୁମୋଦନ ଅନୁସାରେ ଏହି ପ୍ରକ୍ରିୟାରୁ କେବଳ ଗୋଟିଏ କିମ୍ବା ଦୁଇଟି ପ୍ରକ୍ରିୟା ବାଦ ଦିଆଯାଇପାରିବ। ତଥାପି କେବଳ ୩୮ ଦିନରେ ଟିକା ପରୀକ୍ଷା ସମ୍ପୂର୍ଣ୍ଣ କରିବା ସମ୍ଭବ ନ ଥିବାରୁ ଅଗଷ୍ଟ ୧୫ରୁ ସମୟସୀମା ମଧ୍ୟରେ କରୋନା ଔଷଧ ବାହାର କରିବା ସମ୍ଭାବନା କମ୍‌ ପ୍ରତୀତ ହେଉଛି ବୋଲି ବିଶେଷଜ୍ଞମାନେ ମତ ରଖିଥିବାସ୍ଥଳେ ଆଇସିଏମଆର କିନ୍ତୁ ନିଜ ମନ୍ତବ୍ୟରେ ଅଟଳ ରହିଛି। ପ୍ରକାଶଥାଉକି, ବିଶ୍ବରେ ଟିକା ପ୍ରସ୍ତୁତକାରୀ ୧୪୦ଟି କମ୍ପାନୀ ମଧ୍ୟରୁ ୧୧ଟି କମ୍ପାନୀ କରୋନା ଟିକା ଲାଗି ମାନବ ପରୀକ୍ଷଣ କରିବାକୁ ଯାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories